ବେଙ୍ଗାଲୁରୁ: ଭାରତୀୟ ସେନାବାହିିନୀ ଆଜି ସୋସିଆଲ୍ ମିଡିଆରେ ଅଧିକ ସତର୍କ ରହିବାକୁ ଦେଶବାସୀଙ୍କୁ ସତର୍କ କରାଇ ଦେଇଛିି। ଖାସ୍କରି ହ୍ଵାଟ୍ସଆପ୍ର ବ୍ୟବହାରକାରୀ ଏବେ ଆଦୌ ସୁରକ୍ଷିତ ନାହାନ୍ତି। ଚୀନ୍ ହ୍ୟାକରମାନେ ହ୍ଵାଟ୍ସଆପ୍ ମାଧ୍ୟମରେ ଭାରତୀୟ ବ୍ୟବହାରକାରୀଙ୍କ ଉପରେ ତୀକ୍ଷ୍ଣ ନଜର ରଖୁଛନ୍ତି ବୋଲି ଭାରତୀୟ ସେନାବାହିନୀ ଗତ ରବିବାର ଏକ ଭିଡିଓ ରିଲିଜ୍ କରି କହିଛି। ସୋସିଆଲ ମେସେଞ୍ଜର ଆପ୍ଲିକେସନ୍ଗୁଡ଼ିକୁ ଅତି ସୁରକ୍ଷିତ ଭାବେ ବ୍ୟବହାର କରିବା ପାଇଁ ସେନା ଉକ୍ତ ଭିଡିଓ ମାଧ୍ୟମରେ ଜନସାଧାରଣଙ୍କୁ ଅନୁରୋଧ କରିଛି।
ଚୀନ୍ ବାସିନ୍ଦାମାନେ ଡିଜିଟାଲ୍ ଦୁନିଆ ଉପରେ ଅତି ତୀକ୍ଷ୍ଣ ନଜର ରଖିଛନ୍ତି। ତାହା ଭିତରେ ପଶି ଘଣ୍ଟାଚକଟା କରିବା ପାଇଁ ମଧ୍ୟ ସେମାନେ ସମସ୍ତ ପ୍ରକାରର ପ୍ଲାଟଫର୍ମ ବ୍ୟବହାର କରୁଛନ୍ତି। ତେବେ ହ୍ଵାଟ୍ସଆପ୍ ମାଧ୍ୟମରେ ଅନ୍ୟ ସୋସିଆଲ୍ ମିଡିଆ ବ୍ୟବହାରକାରୀର ତଥ୍ୟ ସମେତ ଫୋନ୍ ଓ କମ୍ପ୍ୟୁଟର ଆଦି ପ୍ରଣାଳୀକୁ ହଡ଼ପ କରିନେବା ପାଇଁ ସେମାନେ ଧୁରନ୍ଧର। ଯୁକ୍ତ ୮୬ରୁ ଆରମ୍ଭ ହେଉଥିବା ଚୀନ୍ ନମ୍ବର ହ୍ଵାଟ୍ସଆପ୍ ଗ୍ରୁପ୍ରେ ପଶି ସବୁ ତଥ୍ୟ ଚୋରାଇ ନେଉଛି ବୋଲି ଆଜି ସେନାର ବୈଷୟିକ ବିଭାଗ ପକ୍ଷରୁ ଚେତାଇ ଦିଆଯାଇଛି। ତେଣୁ ନିଜ ହ୍ଵାଟ୍ସଆପ୍ ଗ୍ରୁପ୍କୁ ନିୟମିତ ଯାଞ୍ଚ୍ କରିବା ସହ ଯୁକ୍ତ ୮୬ ସଂଖ୍ୟାରୁ ଆରମ୍ଭ ହୋଇଥିବା ନମ୍ବର ପ୍ରତି ସଜାଗ ରହିବାକୁ ପରାମର୍ଶ ଦିଆଯାଇଛି। ସେହି ନମ୍ବର ଦେଖିଲେ ବ୍ୟବହାର କରୁଥିବା ସିମ୍କୁ ତୁରନ୍ତ ନଷ୍ଟ କରିଦେବା ପାଇଁ ସେନାର ଉକ୍ତ ଭିଡିଓରେ କୁହାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/03/whats-aap.jpg)