ଉଇଘୁର ମୁସଲିମମାନଙ୍କ ଅଙ୍ଗପ୍ରତ୍ୟଙ୍ଗ କାଢିନେଉଛି ଚୀନ, ଜାତିସଂଘରେ ଅଭିଯୋଗ କଲା ମାନବାଧିକାର ସଂସ୍ଥା

ନ୍ୟୁୟର୍କ : ଉଇଘୁର ମୁସଲିମମାନଙ୍କ ପ୍ରତି ଚୀନର ଅତ୍ୟାଚାର ପ୍ରସଙ୍ଗରେ ଏକ ବଡ଼ ଅଭିଯୋଗ ଆଣିଛି ଏକ ମାନବାଧିକାର ସଂସ୍ଥା । ଚାଇନା ଟ୍ରିବୁନାଲ ନାମକ ଏହି ସଂସ୍ଥା ଜାତିସଂଘ ନିକଟରେ ଅଭିଯୋଗ କରିଛି ଯେ ଚୀନ ସରକାର ବନ୍ଦୀ କ୍ୟାମ୍ପରେ ଉଇଘୁର ମୁସଲିମମାନଙ୍କ ବିଭିନ୍ନ ଅଙ୍ଗ କାଢିନେଉଛନ୍ତି । ଏହି ସଂସ୍ଥାର ଓକିଲ ହମିଦ ସାବି କହିଛନ୍ତି ଯେ ଚୀନ ଉଇଘୁର ମୁସଲିମମାନଙ୍କୁ ବେଆଇନ ବନ୍ଦୀ କ୍ୟାମ୍ପରେ ଅକଥନୀୟ ଅତ୍ୟାଚାର କରିବା ସହ ସେମାନଙ୍କ ଅଙ୍ଗ ଯେପରିକି କିଡନୀ, ହୃତପିଣ୍ଡ,ଆଖି କାଢିନେଉଛି ।

ଗତ ସପ୍ତାହରେ ଏହି ପ୍ରସଙ୍ଗରେ ଆମେରିକା ମଧ୍ୟ ପାକିସ୍ତାନକୁ ପ୍ରଶ୍ନ କରିଥିଲା । ପାକିସ୍ତାନକୁ ସମାଲୋଚନା କରି ଆମେରିକା କହିଥିଲା ଯେ ପାକିସ୍ତାନ ସବୁବେଳେ କଶ୍ମୀରର ମୁସଲମାନଙ୍କ କଥା ଉଠାଉଛ, କିନ୍ତୁ ଚୀନର ଉଇଘର ମୁସଲିମଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ନେଇ ଚୁପ ରହୁଛି । ପଶ୍ଚିମ ଚୀନର ସିଂଜିଆଙ୍ଗ ରାଜ୍ୟରେ ପ୍ରାୟ ୧୦ ଲକ୍ଷ ମୁସଲିମଙ୍କ ପ୍ରତି ମଧ୍ୟ ପାକିସ୍ତାନ ସମାନ ସମବେଦନା ଦେଖାଉ ବୋଲି ଆମେରିକା କହିଥିଲା ।

ସମ୍ବନ୍ଧିତ ଖବର