ବେଜିଂ: ଆମେରିକା ନେତୃତ୍ବରେ ଚାଲିଥିବା ଭାରତ-ପ୍ରଶାନ୍ତ ରଣନୀତି କେବଳ ବିଭାଜନ ସୃଷ୍ଟି କରୁଛି ଏବଂ ସମଗ୍ର ଅଞ୍ଚଳରେ ଅସ୍ଥିରତା ବଢ଼ାଉଛି ବୋଲି ଚୀନ୍ ବିଦେଶ ମନ୍ତ୍ରୀ ୱାଙ୍ଗ୍ ୱି କହିଛନ୍ତି। ଆମେରିକାର ଏହି ଯୋଜନା କେବେ ବି ସଫଳ ହେବନାହିଁ ବୋଲି ସେ କହିଛନ୍ତି। କ୍ବାଡ୍ ସମ୍ମିଳନୀରେ ଯୋଗଦେବାପାଇଁ ଆମେରିକା ରାଷ୍ଟ୍ରପତି ଜେ ବାଇଡେନ ଆଜି ଜାପାନରେ ପହଞ୍ଚିବା ପରେ ଚୀନ୍ ବିଦେଶ ମନ୍ତ୍ରୀ ଏଭଳି ମତ ରଖିଛନ୍ତି। ଭାରତ-ପ୍ରଶାନ୍ତ ଆର୍ଥିକ କରିଡର ନେଇ ବାଇଡେନ କ୍ବାଡ୍ ସମ୍ମିଳନୀରେ ବଡ଼ ଘୋଷଣା କରିବାକୁ ଥିବା ବେଳେ ରୁଷ୍ ଏଥିରେ ବିଚଳିତ ହୋଇ ଏଭଳି ମତ ରଖିଥିବା କୁହାଯାଉଛି। କ୍ବାଡ୍ ସମ୍ମିଳନୀରେ ଭାରତ-ପ୍ରଶାନ୍ତ ରଣନୀତି ହିଁ ପ୍ରମୁଖ ଏଜେଣ୍ଡା ଥିବା ବେଳେ ଆମେରିକା-ଭାରତ-ଜାପାନ-ଅଷ୍ଟ୍ରେଲିଆ ଦ୍ବାରା ମିଳିତ ସୁରକ୍ଷା ଅଭିଯାନକୁ ନେଇ ଚୀନ୍ର ଚିନ୍ତା ବଢ଼ିଛି।
ଆମେରିକାର ଭାରତ-ପ୍ରଶାନ୍ତ ରଣନୀତିକୁ ବିଭାଜନକାରୀ କହିଲା ଚୀନ୍
/sambad/media/post_attachments/wp-content/uploads/2022/05/sfhsf65h4sf65h4sf65h4f65hffh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)