ପୁଟିନ ଓ ମୋଦୀଙ୍କୁ ଜିନପିଙ୍ଗ ଭେଟିବେ କି ନା ସ୍ପଷ୍ଟ କଲାନି ଚୀନ

ବେଜିଂ: ସେପ୍ଟେମ୍ବର ୧୫ରୁ ଉଜବେକିସ୍ତାନରେ ଆରମ୍ଭ ହେବାକୁ ଯାଉଛି ସାଂଘାଇ ସହଯୋଗ ସଂଗଠନ (ଏସ୍‌ସିଓ) ଆଞ୍ଚଳିକ ସୁରକ୍ଷା ବ୍ଲକ୍ ଶିଖର ସମ୍ମିଳନୀ। ଏହି ଅବସରରେ ସମ୍ମିଳନୀରେ ଯୋଗ ଦେବାକୁ ଆସିବାକୁ ଥିବା ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଓ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ସାକ୍ଷାତ୍ ଆଲୋଚନା କରିବେ କି ନାହିଁ ସେ ବାବଦ ପ୍ରଶ୍ନର ଉତ୍ତର ଦେବାକୁ ମନା କରିଦେଇଛି ଚୀନ୍‌ର ବିଦେଶ ମନ୍ତ୍ରଣାଳୟ। ସମ୍ମିଳନୀ ଅବସରରେ ସି ଜିନପିଙ୍ଗଙ୍କ କାର୍ଯ୍ୟକ୍ରମ ଓ ଯୋଜନା କ’ଣ ବୋଲି ମଙ୍ଗଳବାର ମନ୍ତ୍ରଣାଳୟକୁ ପଚରାଯାଇଥିଲା।

ସମ୍ବନ୍ଧିତ ଖବର