ବେଜିଂ: ଚୀନ୍ ଓ ଆମେରିକା ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି। ତାଇଓ୍ଵାନ ନିମନ୍ତେ ପ୍ରତିରକ୍ଷା ଉପକରଣ ଓ ସେବା ତଥା ସାମରିକ ଶିକ୍ଷା ଓ ପ୍ରଶିକ୍ଷଣ ପାଇଁ ୫୭୧ ନିୟୁତ ଡଲାରର ଅନୁଦାନକୁ ଆମେରିକା ସରକାର ଅନୁମୋଦନ କରିଥିବାବେଳେ ଚୀନ୍ ତାହାକୁ ବିରୋଧ କରିଛି । ଚୀନ ସରକାର ରବିବାର ଦିନ ଆମେରିକାକୁ ଚେତାବନୀ ଦେଇଛନ୍ତି ଯେ ଆମେରିକା 'ନିଆଁ ସହ ଖେଳୁଛି।

Advertisment

ଚୀନର ଧମକକୁ ଅନେକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ, କାରଣ ଆମେରିକା ଏସିଆରେ ଚୀନ୍ ବିରୋଧୀଙ୍କ ସହ କ୍ରମାଗତ ଭାବରେ ସମ୍ପର୍କ ବଢ଼ାଉଛି।

ଚୀନର ଧମକକୁ ଅନେକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ, କାରଣ ଆମେରିକା ଏସିଆରେ ଚୀନ୍ ବିରୋଧୀଙ୍କ ସହ କ୍ରମାଗତ ଭାବରେ ସମ୍ପର୍କ ବଢ଼ାଉଛି। ଚୀନ୍ ବାରମ୍ବାର ଆମେରିକାକୁ ତା'ର ବ୍ୟାପାରରେ ହସ୍ତକ୍ଷେପ ନ କରିବାକୁ ଚେତାବନୀ ଦେଇଛି। ଯୁକ୍ତରାଷ୍ଟ୍ର ଆମେରିକାର ଏହି ପଦକ୍ଷେପ ପରେ ଦୁଇ ଦେଶ ମଧ୍ୟରେ ପୁଣି ଥରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। ଅନ୍ୟପକ୍ଷରେ ଆମେରିକାର ପ୍ରତିରକ୍ଷା ବିଭାଗ ଶୁକ୍ରବାର କହିଛି ଯେ ସାମରିକ ବିକ୍ରି ପାଇଁ ୨୯୫ ନିୟୁତ ଆମେରିକୀୟ ଡଲାର ମଞ୍ଜୁର କରାଯାଇଛି।

ତାଇଓ୍ଵାନ୍ ଷ୍ଟ୍ରେଟରେ ଶାନ୍ତି ଓ ସ୍ଥିରତାକୁ କ୍ଷୁଣ୍ଣ କରୁଥିବା ବିପଜ୍ଜନକ ପଦକ୍ଷେପ ଗ୍ରହଣ ବନ୍ଦ କରିବାକୁ ଚୀନ୍ ତା'ର ସରକାରୀ ବିବୃତ୍ତିରେ ଆମେରିକାକୁ ଅନୁରୋଧ କରିଛି। ତାଇଓ୍ଵାନ ଦ୍ୱୀପକୁ ଚୀନ ସରକାର ନିଜର ବୋଲ ଦାବି କରିଛନ୍ତି। ଚଳିତ ବର୍ଷ ଆରମ୍ଭରୁ ଚୀନ୍ ଅନେକ ଥର ତାଇଓ୍ଵାନର ଜଳସୀମା ଅତିକ୍ରମ କରିଛି, ଯାହାକୁ ତାଇଓ୍ଵାନ୍ ବିରୋଧ କରିଛି।