ନୂଆଦିଲ୍ଲୀ: ଭାରତ ସୁରକ୍ଷା କାରଣକୁ ନେଇ ଚୀନର ୫୪ଟି ମୋବାଇଲ୍ ଆପ୍ଲିକେସନ୍ସ ଉପରେ ପ୍ରତିବନ୍ଧକ ଲଗାଇବା ପରେ ଚୀନ୍ ପ୍ରତିକ୍ରିୟା ପ୍ରକାଶ କରିଛି। ଚୀନ୍ ଭାରତର ଏହି ନିଷ୍ପତ୍ତି ଉପର ଚିନ୍ତା ପ୍ରକଟ କରି କହିଛି, ଭାରତ ଚୀନର ଆପ୍ଲିକେଶନ୍ସ ଗୁଡିକ ଉପରେ ପ୍ରତିବନ୍ଧକ ଲଗାଇବା ପରେ ଅନେକ ଚୀନ୍ କମ୍ପାନିଙ୍କ ଅଧିକାର ଓ ହିତକୁ କ୍ଷତି ପହଞ୍ଚିଛି। ଏହା ସହିତ ଚୀନ୍ ଆଶା ରଖିଛି ଯେ ଭାରତ, ଚୀନ୍ କମ୍ପାନି ସହ ସମସ୍ତ ବିଦେଶୀ ନିବେଶକଙ୍କ ସହ ନିରପେକ୍ଷତାର ସହ କାମ କରିବ।

Advertisment

ଚୀନର ବାଣିଜ୍ୟ ମନ୍ତ୍ରାଳୟର ପ୍ରବକ୍ତା ଗାଓ ପେଂଗ୍ ଭାରତର ଏହି ପଦକ୍ଷେପ ବିଷୟରେ କହିଛନ୍ତି, ଭାରତୀୟ ଅଧିକାରୀ ନିକଟରେ ଚୀନୀ କମ୍ପାନି ଓ ଉତ୍ପାଦଗୁଡିକ ଉପରେ ରୋକ ଲଗାଇବା ପାଇଁ ଯୋଜନା କରିଛନ୍ତି। ଯାହାଦ୍ଵରା ଚୀନୀ କମ୍ପାନିଗୁଡିକ ବହୁ କ୍ଷତି ସହିଛନ୍ତି। ଦେଖିବାକୁ ମିଳିଛି ଚୀନୀ କମ୍ପାନି ସହିତ ବିଦେଶୀ ନିବେଶକମାନେ ବି ଭାରତରେ ନିବେଶକୁ ନେଇ ସୃଷ୍ଟି ହୋଇଥିବା ପରିବେଶକୁ ନେଇ ଚିନ୍ତିତ। ବିଦେଶୀ ନିବେଶକମାନେ ଭାରତରେ ରୋଜଗାର ପାଇଁ ଯଥେଷ୍ଟ ଅବସର ସୃଷ୍ଟି କରିଛନ୍ତି ଓ ଭାରତର ଆର୍ଥିକ ବିକାଶ ପାଇଁ ଯୋଗଦାନ ଦେଇଛନ୍ତି। ଚୀନ୍ ଓ ଭାରତ କେବଳ ପଡୋଶୀ ଦେଶ ନୁହଁନ୍ତି, ଗୁରୁତ୍ଵପୂର୍ଣ୍ଣ ଆର୍ଥିକ ଓ ବ୍ୟବସାୟିକ ସାଥୀ ବି ବୋଲି ଚୀନର ବାଣିଜ୍ୟ ମନ୍ତ୍ରାଳୟର ପ୍ରବକ୍ତା ପ୍ରକାଶ କରିଛନ୍ତି।

publive-image

୨୦୨୧ରେ ଭାରତ ଓ ଚୀନ୍ ମଧ୍ୟରେ ବ୍ୟବସାୟ ପାଖାପାଖି ୧୨୫.୭ ନିୟୁତ ଡଲାର୍ ପହଞ୍ଚିଯାଇଥିଲା। ଗଲଓ୍ଵାନ୍ ଘାଟି0ରେ ଚୀନ୍ ଓ ଭାରତ ସେନାଙ୍କ ମଧ୍ୟରେ ହିଂସାତ୍ମକ ଲଢେଇ ପରେ ଭାରତ ଏପର୍ଯ୍ୟନ୍ତ ୩୦୦ରୁ ଉର୍ଦ୍ଧ୍ଵ ଚୀନୀ ଆପ୍ଲିକେଶନ୍ସ ଉପରେ ପ୍ରତିବନ୍ଧକ ଲଗାଇଛି।