ଜୈବ ଯୁଦ୍ଧାସ୍ତ୍ର ପ୍ରସ୍ତୁତି, ପାକ୍‌ ସହ ଗୁପ୍ତରେ ହାତ ମିଳାଇଛି ଚୀନ୍‌

ବେଜିଂ: ଭାରତ ଏବଂ ଅନ୍ୟ ପାଶ୍ଚାତ୍ୟ ରାଷ୍ଟ୍ର ବିରୋଧରେ ଚୀନ୍‌ ଜୈବ ଯୁଦ୍ଧାସ୍ତ୍ର ପସ୍ତୁତିକୁ ଜୋର୍‌ଦାର କରିଛି। ଜୈବ ଯୁଦ୍ଧାସ୍ତ୍ର ଦକ୍ଷତା ବୃଦ୍ଧି କରିବାପାଇଁ ପାକିସ୍ତାନ ଏବଂ ଚୀନ୍‌ ଗୁପ୍ତରେ ଏକ ୩ ବର୍ଷିଆ ଚୁକ୍ତ ସ୍ବାକ୍ଷର କରିଛନ୍ତି। ଆନ୍ଥ୍ରାକ୍ସ ସମେତ ଅନ୍ୟାନ୍ୟ ମାରାତ୍ମକ ଜୈବ ଗବେଷଣା ପାଇଁ ପାକିସ୍ତାନ-ଚୀନ୍‌ ହାତ ମିଳାଇଛନ୍ତି ବୋଲି ବିଭିନ୍ନ ଗୁଇନ୍ଦା ରିପୋର୍ଟରୁ ଜଣାପଡ଼ିଛି। ଉହାନ୍‌ ଭାଇରୋଲୋଜି ଅନୁଷ୍ଠାନରୁ କରୋନା ଭାଇରସ୍‌ର ଉତ୍ପତ୍ତି ହୋଇଛି ବୋଲି ଦାବି ହୋଇଥିଲା। ତେବେ କ୍ଲାକ୍ସନ୍‌ ରିପୋର୍ଟରୁ ଏହା ଜଣାପଡ଼ିଛି ଯେ, ଏହି ସମାନ ଲ୍ୟାବ୍‌ ହିଁ ପାକିସ୍ତାନର ଡେଷ୍ଟୋ (ଡିଫେନ୍ସ ସାଇନ୍ସ ଆଣ୍ଡ୍‌ ଟେକ୍‌ନୋଲୋଜି ଅର୍ଗାନାଇଜେସନ୍‌) ସହ ଏକ ଗୁପ୍ତ ଚୁକ୍ତି ସ୍ବାକ୍ଷର କରିଛି।

ସଂକ୍ରାମକ‌ ‌‌ରୋଗ ଏବଂ ଏହ‌ାର ଜୈବିକ ନିୟନ୍ତ୍ରଣ ଉପରେ ଅତ୍ୟାଧୁନିକ ଅଧ୍ୟୟନ ପାଇଁ ଚୁକ୍ତି ସ୍ବାକ୍ଷର ହୋଇଥିବା ଜଣାପଡ଼ିଛି। ଗୁଇନ୍ଦା ରିପୋର୍ଟ ଅନୁଯାୟୀ ଅନ୍ତର୍ଜାତୀୟ ସମୁଦାୟ ପକ୍ଷରୁ ହେଉଥିବା ସମାଲୋଚନାରୁ ବର୍ତ୍ତିବାପାଇଁ ଚୀନ୍‌ ଏବେ ଏହାର ସୀମା ବାହାରେ ଗୁପ୍ତ ପ୍ରକଳ୍ପ କାର୍ଯ୍ୟକାରୀ କରୁଛି। ତେବେ ଚୀନ୍‌ ଏବଂ ପାକିସ୍ତାନର ମିଳିତ ଉଦ୍ୟମରେ ଯେଉଁ ପ୍ରକଳ୍ପ ଆରମ୍ଭ‌ ହୋଇଛି ତାକୁ ସମସ୍ତ ସମର୍ଥନ ପ୍ରଦାନ କରୁଛି ଉହାନ୍‌ ଲ୍ୟାବ୍‌। ଗୁପ୍ତ ଜୈବ ଯୁଦ୍ଧାସ୍ତ୍ର କାର୍ଯ୍ୟକ୍ରମ ଅଧୀନରେ ଡେଷ୍ଟୋ ଏହି ଗବେଷଣା ପ୍ରକଳ୍ପରେ ଅନ୍ତର୍ଭୁକ୍ତ। ଚୀନ୍‌ ଏହି ପ୍ରକଳ୍ପ ମାଧ୍ୟମରେ ପାକିସ୍ତାନକୁ ଭାରତ ବିରୋଧରେ ମତାଇବାପାଇଁ ପ୍ରୟାସ ଆରମ୍ଭ କରିଛି ବୋଲି ପ୍ରମୁଖ ପାଶ୍ଚାତ୍ୟ ଗୁଇନ୍ଦା ସଂସ୍ଥା ପକ୍ଷରୁ ଜଣାପଡ଼ିଛି। ଚୀନ୍‌ ନିଜ ଅଂଚଳ ଏବଂ ନିଜ ଲୋକଙ୍କୁ ବିପଦରେ ନ ପକାଇବାକୁ ବିଦେଶ ମାଟିରେ ଏଭଳି ବିପଜ୍ଜନକ ଗବେଷଣା କରୁଛି ଏବଂ ପାକିସ୍ତାନକୁ ଏଥିପାଇଁ ବ୍ୟବହାର କରିଛି । ବିପଜ୍ଜନକ ଜୈବ ରସାୟନ ଗବେଷଣା ପାଇଁ ଚୀନ୍‌ ପାକିସ୍ତାନକୁ ବ୍ୟବହାର କରିବା ଏବେ ବିଶେଷଜ୍ଞମାନଙ୍କ ଚିନ୍ତା ବଢ଼ାଇଛି। ରିପୋର୍ଟ ଅନୁଯାୟୀ ପାକିସ୍ତାନ ଏବଂ ଚୀନ୍‌ ପ୍ରକଳ୍ପ ସିସିଏଚ୍‌ଏଫ୍‌ଭି ଭାଇରସ୍‌ ଉପରେ ଗବେଷଣା ଆରମ୍ଭ କରିଦେଇଛି।

ସମ୍ବନ୍ଧିତ ଖବର