ବେଜିଂ : ଚୀନ୍ରେ କରୋନା କଟକଣାକୁ ଜୋରଦାର ବିରୋଧ କରାଯାଇଛି। ସାଂଘାଇ ପରେ ଅନ୍ୟ ଅଂଚଳରେ ମଧ୍ୟ କଠୋର ଲକ୍ଡାଉନ୍ ଘୋଷଣା ପରେ ଏହାକୁ ବିରୋଧ କରି ହଜାର ହଜାର ଲୋକ ରାସ୍ତାକୁ ଓହ୍ଲାଇଛନ୍ତି ଏବଂ କଟକଣାକୁ ପ୍ରତ୍ୟାଖ୍ୟାନ କରିଛନ୍ତି। କଟକଣା ନ ମାନିବାରୁ ଚୀନ୍ରେ ଗିରଫଦାରୀ ବଢ଼ୁଛି। ତେବେ ଏହା ସତ୍ତ୍ବେ ଲୋକେ ପ୍ରତିବାଦ ଜାରି ରଖିଛନ୍ତି। ଏବେ ସାଂଘାଇରେ ଅତି ଜଟିଳ ସ୍ଥିତି ଉପୁଜିଛି। ଲକ୍ଡାଉନ୍ ପାଇଁ ସାଂଘାଇରେ ଖାଦ୍ୟ ସଙ୍କଟ ଦେଖାଦେଇଛି। କରୋନା ନିୟମ ଉଲ୍ଲଂଘନ ପାଇଁ ଶତାଧିକ ଲୋକଙ୍କୁ ଅଟକ ରଖାଯାଇଛି। ଲୋକେ ଖାଦ୍ୟ ମିଳିବା ଆଶାରେ ଆଇନ ଭଙ୍ଗ କରି ଜେଲ୍ ଯିବାକୁ ଚାହୁଛନ୍ତି। ତଥ୍ୟ ଅନୁଯାୟୀ କରୋନା ନିୟମ ଉଲ୍ଲଂଘନ ଯୋଗୁଁ ଚୀନ୍ରେ ପ୍ରାୟ ୪ ସପ୍ତାହ ଅଟକ ଶିବିରରେ ରହିବାକୁ ପଡ଼ୁଛି। ଚୀନ୍ରେ ସ୍ବାସ୍ଥ୍ୟକର୍ମୀଙ୍କ ଉପରେ ମଧ୍ୟ ଆକ୍ରମଣ ବଢ଼ିଛି। ସାଂଘାଇରେ ଦୈନିକ ସଂକ୍ରମଣ ୨୫ ହଜାରରୁ ଉପରେ ରହିବା ପରେ ଆଜି ପର୍ଯ୍ୟନ୍ତ ସବୁଠାରୁ କଡ଼ା କଟକଣା ଲାଗୁ ହୋଇଛି। ରାଷ୍ଟ୍ରପତି ସି ଜିନ୍ପିଙ୍ଗ କହିଛନ୍ତି ଯେ ଲୋକଙ୍କୁ କଟକଣା ଭିତରେ ରହିବାକୁ ହେବ ଏବଂ ସରକାରଙ୍କ ଜିରୋ କୋଭିଡ୍ ନୀତିକୁ ସମର୍ଥନ କରିବାକୁ ପଡ଼ିବ।
କରୋନା କଟକଣାକୁ ଚୀନ୍ରେ ଜୋରଦାର ବିରୋଧ, ଗିରଫଦାରୀ ବଢ଼ୁଛି
/sambad/media/post_attachments/wp-content/uploads/2021/08/corona-in-china.jpg)