କରୋନା ମୁକାବିଲା ପାଇଁ ଚୀନ୍‌ର ସହାୟତା, ଭାରତକୁ ଦେଲା ୧ ଲକ୍ଷ ୭୦ ହଜାର ପିପିଇ କିଟ୍‌

ନୂଆଦିଲ୍ଲୀ: କରୋନା ଭାଇରସ୍‌ ବିରୋଧରେ ଭାରତ ଚଳାଇଥିବା ଲଢ଼େଇରେ ଏବେ ଚୀନ୍‌ ସହାୟତାର ହାତ ବଢ଼ାଇଛି। କରୋନା ଭାଇରସ୍‌ ସଂକ୍ରମିତଙ୍କ ଚିକିତ୍ସାରେ ନିୟୋଜିତ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀମାନେ ବ୍ୟବହାର କରୁଥିବା ବ୍ୟକ୍ତିଗତ ସୁରକ୍ଷା ଉପକରଣ (ପିପିଇ) କିଟ୍‌ର ଭାରତରେ ଘୋର ଆଭାବ ଥିବା ବେଳେ ଚୀନ୍‌ ଭାରତକୁ ୧ ଲକ୍ଷ ୭୦ ହଜାର ପିପିଇ କିଟ୍‌ ପ୍ରଦାନ କରିଛି। ଏହା ସହିତ ଏବେ ବ୍ୟବହାର ପାଇଁ ଦେଶରେ ୩ ଲକ୍ଷ ୮୭ ହଜାର ୪୭୩ଟି କିଟ୍‌ ଉପଲବ୍ଧ ରହିଛି। ଏହା ସହିତ ଆଉ ୩ ଲକ୍ଷ କିଟ୍‌ ଆଣିବା ପାଇଁ ମଧ୍ୟ ଯୋଜନା ପ୍ରସ୍ତୁତ ହୋଇଯାଇଛି। ଏହା ପୂର୍ବରୁ ଏହି ଶ୍ରେଣୀର ୨୦ ଲକ୍ଷ ମାସ୍କ ମଧ୍ୟ ପୂର୍ବରୁ ହସ୍ପିଟାଲଗୁଡ଼ିକରେ ଉପଲବ୍ଧ କରାଯାଇଛି। ପିପିଇ କିଟ୍‌ ଦ୍ବାରା ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀମାନେ ସୁବିଧାରେ ଆକ୍ରାନ୍ତଙ୍କୁ ଚିକିତ୍ସା କରିବାପାରିବା ସହ ସେମାନେ ନିଜେ ସଂକ୍ରମଣରୁ ବର୍ତ୍ତି ପାରିବେ।

ସମ୍ବନ୍ଧିତ ଖବର