ବେଜିଂ : ଆମେରିକା ଏବଂ ଚୀନ୍ ମଧ୍ୟରେ ବାଣିଜ୍ୟ ଯୁଦ୍ଧ ଏକ ନୂତନ ମୋଡ଼ ନେଇଛି। ଡୋନାଲ୍ଡ ଟ୍ରମ୍ପଙ୍କ ୧୦୪ ପ୍ରତିଶତ ଶୁଳ୍କ ଲାଗୁର ଜବାବ ଦେଇ, ଚୀନ୍ ଏବେ ଆମେରିକୀୟ ସାମଗ୍ରୀ ଉପରେ ୮୪ ପ୍ରତିଶତ ଶୁଳ୍କ ଲାଗୁ କରିବାର ଘୋଷଣା କରିଛି। ଆମେରିକୀୟ ସାମଗ୍ରୀ ଉପରେ ୮୪ ପ୍ରତିଶତ ଅତିରିକ୍ତ ଶୁଳ୍କ ଲାଗୁ କରିବାକୁ ଘୋଷଣା କରି ବେଜିଂ ଆମେରିକା ବିରୁଦ୍ଧରେ ପ୍ରତିଶୋଧ ନେଇଛି।
ଚୀନ୍ ଅର୍ଥ ମନ୍ତ୍ରଣାଳୟ କହିଛି ଯେ ଏହି ଅତିରିକ୍ତ ଶୁଳ୍କ ୧୦ ଏପ୍ରିଲରୁ ଆମେରିକୀୟ ସାମଗ୍ରୀ ଉପରେ ଲାଗୁ ହେବ। ପୂର୍ବରୁ ଚୀନ୍ ଆମେରିକୀୟ ସାମଗ୍ରୀ ଉପରେ ୩୪ ପ୍ରତିଶତ ଶୁଳ୍କ ଲଗାଇବା ବିଷୟରେ କଥା ହୋଇଥିଲା, କିନ୍ତୁ ଏବେ ଏହାକୁ ୮୪ ପ୍ରତିଶତକୁ ବୃଦ୍ଧି କରାଯାଇଛି।
ଚୀନର ବାଣିଜ୍ୟ ମନ୍ତ୍ରଣାଳୟ ମଧ୍ୟ ୧୨ଟି ଆମେରିକୀୟ ପ୍ରତିଷ୍ଠାନକୁ ଏହାର ରପ୍ତାନି ନିୟନ୍ତ୍ରଣ ତାଲିକାରେ ରଖି ଆମେରିକାକୁ ଜବାବ ଦେଇଛି। ଏହା ସହିତ, 6ଟି ଆମେରିକୀୟ କମ୍ପାନୀକୁ "ଅବିଶ୍ୱସନୀୟ ସଂସ୍ଥା" ତାଲିକାରେ ସାମିଲ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/04/09/WqscBNXmjsyiYS5Jc5dG.jpeg)