କରୋନାକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସ୍କାନରରେ ଚୀନ !

ନୂଆଦିଲ୍ଲୀ: ଚୀନ୍‌ର ଉହାନରେ ଆରମ୍ଭ ହୋଇଥିବା କରୋନା ଏବେ ସମଗ୍ର ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି | ସମଗ୍ର ବିଶ୍ୱରେ ପ୍ରାୟ 4.5 ନିୟୁତ ଲୋକ କରୋନାର ଶିକାର ହୋଇଥିବାବେଳେ ୩ ଲକ୍ଷରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି। ଆମେରିକା, ଅଷ୍ଟ୍ରେଲିଆ, କାନାଡା, ଫ୍ରାନ୍ସ ଏବଂ ଜର୍ମାନୀ ଚୀନ୍ ବିରୋଧରେ ଯାଞ୍ଚ କରିବାକୁ ସଂକେତ ଦେଇସାରିଛନ୍ତି |

ଏହି ଦେଶମାନେ ସ୍ପଷ୍ଟ ଭାବରେ କହିଛନ୍ତି ଯେ ସେମାନେ ଏହି ଘଟଣାର ତଦନ୍ତ ଚାହୁଁଛନ୍ତି। ସେମାନେ ଜାଣିବାକୁ ଚାହାଁନ୍ତି ଯେ ଏହି ଭୂତାଣୁ କେଉଁଠୁ ଆସିଲା ଓ ଚୀନ୍ ପ୍ରଥମେ ଭୂତାଣୁ ବିଷୟରେ ସୂଚନା ଲୁଚାଇବାକୁ ଚେଷ୍ଟା କରିଥିଲା କି ?

cdc

ତେବେ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(WHO ) କରୋନା ଭାଇରସ୍ ବିଷୟରେ ବିଶ୍ୱକୁ ସୂଚନା ଦେବାରେ ବିଳମ୍ବ ହେତୁ ଚୀନ୍‌କୁ ଦାୟୀ କରିବ। ସୂତ୍ରରୁ ପ୍ରକାଶ ଯେ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ୱାର୍ଲଡ ହେଲଥ ଆସେମ୍ବ୍ଲିରେ ଥିବା ୬୫ଟି ରାଷ୍ଟ୍ରର ସଦସ୍ୟ ସୋମବାର ଦିନ ଏହା ବାବଦରେ ଏକ ପ୍ରସ୍ତାବ ଆଣିବେ | ଯଦି ଏଥିରେ ପ୍ରସ୍ତାବ ପାରିତ ହୋଇଯାଏ ତେବେ ଚୀନକୁ ଏହାର ଉତ୍ତର ମଗାଯିବ |

ସମ୍ବନ୍ଧିତ ଖବର