ନୂଆଦିଲ୍ଲୀ : ସୀମାରେ ଚୀନ୍ ନିଜ ଗତିବିଧି ଦ୍ୱାରା ଭାରତ ଉପରେ ଚାପ ସୃଷ୍ଟି କରବାକୁ ପ୍ରୟାସ କରୁଛି ବୋଲି ସେନା ମୁଖ୍ୟ ବିପିନ ରାଓ୍ଵନ କହିଛନ୍ତି। ତେବେ ଚୀନ୍ ଏକ ଶକ୍ତିଶାଳୀ ରାଷ୍ଟ୍ର ହୋଇଥିଲେ ମଧ୍ୟ ଭାରତ କୌଣସି ଦୃଷ୍ଟିରୁ ବି ଦୁର୍ବଳ ନୁହେଁ। ଭାରତ ପାଇଁ ଏବେ ଏହାର ଉତ୍ତର ସୀମା ଉପରକୁ ଅଧିକ ଧ୍ୟାନ ଦେବାର ସମୟ ଆସିଯାଇଛି। ଅନ୍ୟପକ୍ଷରେ ଚୀନ୍ର ଆକ୍ରମଣକୁ ସଠିକ୍ ଭାବେ ମୁକାବିଲା କରିବାକୁ ଭାରତୀୟ ସେନା ସକ୍ଷମ ଅଛି ବୋଲି ରାଓ୍ଵତ ଆଜି ସେନାବାହିନୀର ବାର୍ଷିକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।
ଭବିଷ୍ୟତ ଯୁଦ୍ଧ ପାଇଁ ସେନାକୁ ପ୍ରସ୍ତୁତ କରିବାଲାଗି ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ବୃଦ୍ଧି କରିବା ଉପରେ ରାଓ୍ଵତ ଅଧିକ ଗୁରୁତ୍ୱ ପ୍ରଦାନ କରିଛନ୍ତି। ସିଆରବିଏନ୍ (କେମିକାଲ, ବାୟୋଲୋଜିକାଲ, ରେଡିଓଲୋଜିକାଲ ଏବଂ ନ୍ୟୁକ୍ଲିୟର) ତଥା ରସାୟନିକ, ଜୈବିକ, ରଞ୍ଜନରଶ୍ମି ଏବଂ ପରମାଣୁ ଅସ୍ତ୍ରଶସ୍ତ୍ର ବ୍ୟବହାରର ଭୟ ଏବେ ବାସ୍ତବରେ ପରିଣତ ହୋଇଛି ଏବଂ ନିର୍ଦ୍ଦିଷ୍ଟ ଭାବେ ଅଣରାଷ୍ଟ୍ରଗୁଡ଼ିକଠାରୁ ଏହି ବିପଦ ବଢ଼ିଛି ବୋଲି ସେନାମୁଖ୍ୟ ସତର୍କ କରାଇଦେଇଛନ୍ତି। ତେବେ ଏହି ସିଆରବିଏନ୍ ଧମକକୁ ମୁକାବିଲା କରିବାପାଇଁ ବୈଷୟିକ ଜ୍ଞାନକୌଶଳର ଆବଶ୍ୟକତା ରହିଛି ବୋଲି ରାଓ୍ଵତ କହିଛନ୍ତି। ସେହିପରି ଭାରତ ଏହାର ପ୍ରତିରକ୍ଷା ଅସ୍ତ୍ରଶସ୍ତ୍ର ଆମଦାନି କମାଇବାକୁ ଗୁରୁତ୍ୱ ଦେଉଛି ଏବଂ ଏ କ୍ଷେତ୍ରରେ ଡିଆରଡିଓ (ଡିଫେନ୍ସ ରିସର୍ଚ୍ଚ ଆଣ୍ଡ ଡେଭେଲପମେଣ୍ଟ ଅର୍ଗାନାଇଜେସନ୍)ର ଗୁରୁ ଦାୟିତ୍ୱ ରହିଥିବା ସେ କହିଛନ୍ତି।
ସେନାବାହିନୀ ଦ୍ୱାରା ‘ମେଡ୍ ଇନ୍ ଇଣ୍ଡିଆ’ ଉପକରଣ ବ୍ୟବହାର ପାଇଁ ଅନୁରୋଧ କରି ରାଓ୍ଵତ କହିଛନ୍ତି ସାମରିକ କାର୍ଯ୍ୟାନୁଷ୍ଠାନରେ ପରିବର୍ତ୍ତିତ ଚ୍ୟାଲେଞ୍ଜକୁ ନଜରରେ ରଖି ସେନାବାହିନୀର ଆଧୁନିକୀକରଣ ଆବଶ୍ୟକତା ରହିଛି। ଆତଙ୍କବାଦ ପ୍ରସଙ୍ଗରେ ଆମେରିକା ପାକିସ୍ତାନ ବିରୋଧରେ ଯେଉଁଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ତାହାର ପରିଣତି ଦେଖିବା ପାଇଁ ଭାରତକୁ ଧୈର୍ଯ୍ୟ ଧରି ଅପେକ୍ଷା କରିବାକୁ ପଡ଼ିବ ବୋଲି ସେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/border.jpg)