ନୂଆଦିଲ୍ଲୀ : ଲଦାଖର ଗଲଓ୍ଵାନ ଘାଟିରେ ଚୀନ ସେନା ପ୍ରାୟ ୪୩୦ ମିଟର ଅନୁପ୍ରବେଶ କରିଥିବା ଜାତୀୟ ସ୍ତରର ଗଣମାଧ୍ୟମ ଏନଡିଟିଭି ଦ୍ୱାରା ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି। ୧୯୬୦ରେ ଚୀନ ଦାବି କରୁଥିବା ଅଞ୍ଚଳଠାରୁ ଏହା ଆହୁରି ଅଧିକ ବୋଲି ଏଥିରେ କୁହାଯାଇଛି ।

Advertisment

ଜୁନ ୨୫ ସୁଦ୍ଧା ଏହି ଭାରତୀୟ ଅଞ୍ଚଳରେ ଚୀନ ସେନା ୧୬ଟି ଟେଣ୍ଟ ସ୍ଥାପନ କରିଛି, ଗୋଟିଏ ବଡ଼ ଆଶ୍ରୟସ୍ଥଳୀ ଓ ପ୍ରାୟ ୧୪ଟି ଗାଡ଼ି ଥିବା ସାଟେଲାଇଟ ଚିତ୍ରରୁ ଜଣାପଡ଼ିଛି ।
୧୯୬୦ରେ ଭାରତୀୟ ବୈଦେଶିକ ମନ୍ତ୍ରାଳୟ ଦ୍ୱାରା ପ୍ରକାଶିତ ଏକ ରିପୋର୍ଟରେ ଚୀନ ଯେଉଁ ପର୍ଯ୍ୟନ୍ତ ନିଜର ସୀମା ବୋଲି ଦାବି କରୁଛି, ତାହାର ଅକ୍ଷାଂଶ ଓ ଦ୍ରାଘିମା ସଂପର୍କରେ ଉଲ୍ଲେଖଥିଲା । କିନ୍ତୁ ଏବେ ସେହି ସୀମାଠାରୁ ଆହୁରି ଭାରତୀୟ ଅଞ୍ଚଳ ଭିତରକୁ ଅନୁପ୍ରବେଶ କରିଯାଇଛି ।

publive-image

ଚୀନ ସେନା ଭାରତୀୟ ଅଞ୍ଚଳ ଅଧିକାର କରିଥିବା ଖବରକୁ ଭାରତ ସରକାର ଏପର୍ଯ୍ୟନ୍ତ ଅସ୍ୱୀକାର କରିଆସିଛନ୍ତି । ଅନ୍ୟ କେତେକ ସ୍ୱାଧୀନ ପ୍ରତିରକ୍ଷା ବିଶେଷଜ୍ଞ ଏହାକୁ ଅସ୍ୱୀକାର କରିଛନ୍ତି । ସୂଚନାଯୋଗ୍ୟ ଯେ ଗତ ଜୁନ ୧୫ ତାରିଖ ରାତିରେ ଗଲଓ୍ଵାନ ଘାଟିରେ ଭାରତ ଓ ଚୀନ ସୈନ୍ୟଙ୍କ ମଧ୍ୟରେ ହୋଇଥିବା ରକ୍ତାକ୍ତ ସଂଘର୍ଷ ଯୋଗୁଁ ଭାରତର ୨୦ ସୈନ୍ୟ ସହିଦ ହୋଇଥିଲେ । ତେବେ ନିଜର ସୈନ୍ୟ ନିହତ ହୋଇଥିଲେ ମଧ୍ୟ ଚୀନ ଏପର୍ଯ୍ୟନ୍ତ ସେହି ସଂଖ୍ୟା ପ୍ରକାଶ କରିନାହିଁ ।