୪୨ ଆପ୍‌ ମାଧ୍ୟମରେ ଗୁଇନ୍ଦାଗିରି ଚଳାଇଛି ଚୀନ୍‌

ନୂଆଦିଲ୍ଲୀ: ଚୀନ୍‌ର ମୋବାଇଲ୍‌ ଏପ୍‌ଗୁଡ଼ିକ ଏବେ ଭାରତର ସୁରକ୍ଷା ସ୍ଥିତି ପାଇଁ ବିପଦର କାରଣ ହୋଇଛି । ଚୀନ୍‌ ୪୨ଟି ମୋବାଇଲ୍‌ ଆପ୍‌ ମାଧ୍ୟମରେ ଗୁଇନ୍ଦାଗିରି ଚଳାଇଥିବାରୁ ଭାରତୀୟ ସେନାର ଅଧିକାରୀ ଏବଂ ଯବାନ ଏହି ଏପ୍‌ ବ୍ୟବହାର ନ କରିବାକୁ କଡ଼ା ନିର୍ଦ୍ଦେଶ ଜାରି କରାଯାଇଛି। ମୋବାଇଲ୍‌୍‌ରୁ ଚୀନ୍‌ ଏପ୍‌ଗୁଡ଼ିକୁୁ ତୁରନ୍ତ ହଟାଇବା ପାଇଁ ସେନାକୁ କୁହାଯାଇଛି। ଏହି ଆପ୍‌ଗୁଡ଼ିକ ମାଧ୍ୟମରେ ଚୀନ୍‌ ଭାରତୀୟ ସେନାର ଅବସ୍ଥିତି, ଯବାନଙ୍କ ବ୍ୟକ୍ତିଗତ ତଥ୍ୟ ଏବଂ କାର୍ଯ୍ୟପନ୍ଥା ସଂପର୍କରେ ସୂଚନା ସଂଗ୍ରହ କରୁଛି। ସେନାର ସମସ୍ତ ଅଧିକାରୀଙ୍କୁ ସ୍ମାର୍ଟଫୋନ୍‌ ଏବଂ କମ୍ପ୍ୟୁଟରରୁ ବିପଜ୍ଜନକ ଚୀନା ଏପ୍‌ ତୁରନ୍ତ ହଟାଇ ଏ ବାବଦରେ ସୁରକ୍ଷିତ ରହିବାକୁ କୁହାଯାଇଛି। ବିଶେଷ କରି ଚୀନ୍‌ ସୀମାରେ ନିୟୋଜିତ ଥିବା ଭାରତୀୟ ଯବାନଙ୍କୁ ଏହି ନିର୍ଦ୍ଦେଶ ତତ୍କାଳ କାର୍ଯ୍ୟକାରୀ କରିବାକୁ କୁହାଯାଇଛି। ୟୁସି ବ୍ରାଉଜର୍‌, ୟୁସି ନ୍ୟୁଜ୍‌ ଏବଂ ଟ୍ରୁ କଲର୍‌ ଭଳି ଏପ୍‌କୁ ହଟାଇ ଦେବାକୁ କୁହାଯାଇଛି। ଏହିି ଏପ୍‌୍‌ଗୁଡ଼ିକୁ ହଟାଇବା ସହ ଫୋନ୍‌୍‌କୁ ଫର୍ମାଟ କରିବା ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି। ଏହି ଏପ୍‌ ମାଧ୍ୟମରେ ଚୀନ୍‌ ଭାରତୀୟ ଯବାନଙ୍କ ସଂପର୍କରେ ତଥ୍ୟ ପାଉଥିବା ନେଇ ସନ୍ଦେହ ବଳବତ୍ତର ହେବାପରେ ଗୁଗଲ ମଧ୍ୟ ତା’ର ପ୍ଲେ ଷ୍ଟୋର୍‌ରୁ ୟୁସି ବ୍ରାଉଜରକୁ ହଟାଇ ଦେଇଥିଲା। ତେବେ ପୁଣି ଥରେ ଏହା ପ୍ଲେ ଷ୍ଟୋର୍‌ରେ ଉପଲବ୍ଧ ହେଉଥିବା ଜଣାପଡ଼ିଛି। ୟୁସି ବ୍ରାଉଜରରେ ଡେଟା ସୁରକ୍ଷା ଉଲ୍ଲଂଘନ ହେଉଥିବା ପ୍ରମାଣ ମିଳିଥିବାରୁ ଏ ଦିଗରେ ବ୍ୟବହାରକାରୀମାନେ ସତର୍କ ରହିବାକୁ କୁହାଯାଇଛି ।

ସମ୍ବନ୍ଧିତ ଖବର