ଭାରତୀୟ ସେନା କୁକୁରକୁ ଡରୁଛି ଚୀନ୍: ସୋସିଆଲ ମିଡିଆରେ କୁକୁର ଫଟୋ ଭାଇରାଲ

ନୂଆଦିଲ୍ଲୀ: ନିକଟରେ ଚାଇନାର ପିପୁଲ୍ସ ଲିବରେସନ୍ ଆର୍ମି ସେନାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଜଣେ ଚୀନ୍ ସୈନିକ ମେସିନ୍ ବନ୍ଧୁକ ଧରି ରୋବୋଡଗ୍ ସହିତ ବୁଲୁଥିବାର ନଜର ଆସିଛନ୍ତି। ଏହି ଭିଡିଓକୁ ଚୀନ୍ ଏବଂ କାମ୍ବୋଡିଆ ମଧ୍ୟରେ ସର୍ବ ବୃହତ ମିଳିତ ସାମରିକ ଅଭ୍ୟାସ ଗୋଲ୍ଡେନ୍ ଡ୍ରାଗନ୍ ଭାବରେ ବର୍ଣ୍ଣନା କରାଯାଇଛି। ଚୀନ୍ ତାଇୱାନରେ ସାମରିକ ଅଭ୍ୟାସ କରୁଥିବାବେଳେ ଏହି ଭିଡିଓ ସାମ୍ନାକୁ ଆସିଛି। ରୋବଡଗଗୁଡିକୁ ଗୋଲଡେନ୍ ଡ୍ରାଗନ୍ ସମରାଭ୍ୟାସରେ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି।

ଏହି କୁକୁରଗୁଡ଼ିକ ରିମୋଟ ଦ୍ବାରା ନିୟନ୍ତ୍ରିତ ଏବଂ ସେମାନଙ୍କ ପିଠିରେ ସ୍ୱୟଂଚାଳିତ ରାଇଫଲ ଲଗାଯାଇଛି। ଏହାପୂର୍ବରୁ ମାର୍ଚ୍ଚ ୧୨ରେ ରାଜସ୍ଥାନର ପୋଖରାନରେ ଆୟୋଜିତ ସାମରିକ ଅଭ୍ୟାସରେ ଭାରତ ମଧ୍ୟ ରୋବୋଟିକ କୁକୁର ମୁଲେ ପ୍ରଦର୍ଶନ କରିଥିଲା। ସେହି ମାସରେ, ଆଗ୍ରା ଭିତ୍ତିକ ଶତ୍ରୁଜିତ୍ ବ୍ରିଗେଡ୍ ଏହିପରି ଏକ ରୋବୋଟିକ୍ କୁକୁର ମୁଲେର କାର୍ଯ୍ୟଦକ୍ଷତା ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଥିଲା। ଚୀନ୍‌ର ଏହି ଭିଡିଓ ଭାରତର ରୋବୋଟିକ୍ କୁକୁର ମୁଲେର ବିକଶିତ ହେବା ପରେ ଆସିଛି ବୋଲି ଚର୍ଚ୍ଚା ହେଉଛି। ଚୀନ୍ ସେନା ଭାରତୀୟ ‌ରୋବୋ କୁକୁର ମୁଲେକୁ ଡରୁଥିବା କୁହାଯାଉଛି। ମୁଲେର କାର୍ଯ୍ୟଦକ୍ଷତା ଚୀନ୍‌ର ଚିନ୍ତାକୁ ବଢ଼ାଇ ଦେଇଛି।

ଭାରତୀୟ ସେନା ଦୀର୍ଘ ଦିନ ଧରି ସାମରିକ ପ୍ରଯୁକ୍ତିବିଦ୍ୟାରେ ନୂତନ କୌଶଳ ଅନୁସନ୍ଧାନ କରିଆସୁଛି। ଗତ ବର୍ଷ ଜମ୍ମୁରେ ଆୟୋଜିତ ହୋଇଥିବା ନର୍ଥ ଟେକ୍ ସିମ୍ପୋଜିମ୍ ୨୦୨୩ରେ ରୋବୋଟିକ୍ କୁକୁର ମୁଲେ ଅର୍ଥାତ୍ ମଲ୍ଟି-ୟୁଟିଲିଟି ଲେଗେଡ୍ ଇକ୍ୟୁପମେଣ୍ଟ(ମୁଲେ) ବିଷୟରେ ଅନେକ ଆଲୋଚନା ହୋଇଥିଲା, ଯାହା ଯୁଦ୍ଧ ଏବଂ ନୀରିକ୍ଷଣ ମିଶନ ପାଇଁ ଡିଜାଇନ୍ କରାଯାଇଥିଲା। ଏହା ବରଫ ଏବଂ ପର୍ବତରେ ଗତି କରିବା ସହିତ ଆତଙ୍କବାଦୀ ଅବା ଶତ୍ରୁମାନେ ଲୁଚି ରହିଥିବା ସଂକୀର୍ଣ୍ଣ ଏବଂ ଅନ୍ଧକାର ସ୍ଥାନରେ ମଧ୍ୟ କାର୍ଯ୍ୟ କରିବାକୁ ସକ୍ଷମ। ଆତଙ୍କବାଦୀ କେଉଁଠାରେ ଲୁଚି ରହିଛନ୍ତି, ତାହାର ପ୍ରକୃତ ଅବସ୍ଥାନ ବିଷୟରେ ଏହା ୩୬୦ ଡିଗ୍ରୀ କ୍ୟାମେରା ସାହାଯ୍ୟରେ ସୂଚନା ଦେବାକୁ ସକ୍ଷମ। ଏହା ଫାୟାରିଂ ପ୍ଲାଟଫର୍ମ ବ୍ୟବହାର କରି ଶତ୍ରୁଙ୍କୁ ହତ୍ୟା ମଧ୍ୟ କରିପାରିବ। ଏହି ରୋ‌ବୋଟ୍ କୁକୁରକୁ ୨୦୨୩ ମସିହାରେ ଭାରତୀୟ ସେନାର ଏକ ସାମରିକ ଅଂଶ ଭାବରେ ବିକଶିତ କରାଯାଇଥିଲା ।

୨୦୨୪ ମେ’୧୨ ରେ ଭାରତୀୟ ସେନାର ସୂର୍ଯ୍ୟ କମାଣ୍ଡ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଥିଲେ ଯେଉଁଥିରେ ରୋବୋ ମୁଲେ ଦୃଶ୍ୟମାନ ହେଉଛି। ସୂର୍ଯ୍ୟ କମାଣ୍ଡ ଏହାର ଫଟୋ କ୍ୟାପସନରେ ଲେଖିଛନ୍ତି, ସୂର୍ଯ୍ୟ କମାଣ୍ଡର ଦାୟିତ୍ୱରେ ଥିବା ଲେଫ୍ଟନାଣ୍ଟ ଜେନେରାଲ ଏନଏସ ରାଜା ସୁବ୍ରମଣି, ଶତ୍ରୁଜିତ୍ ବ୍ରିଗେଡ୍ ଏବଂ ଆଗ୍ରା ମିଲିଟାରୀ ଷ୍ଟେସନ ପରିଦର୍ଶନ କରିଥିଲେ। ସେନା କମାଣ୍ଡର ବ୍ରିଗେଡର କାର୍ଯ୍ୟକ୍ଷମ ପ୍ରସ୍ତୁତିର ସମୀକ୍ଷା କରିଥିଲେ ଏବଂ ରୋବୋଟିକ୍ ମୁଲେ ଏବଂ ଲଜିଷ୍ଟିକ୍ ଡ୍ରୋନ୍ ଭଳି ନୂତନ ଟେକ୍ନୋଲୋଜିର ଗୁଣ ବିଷୟରେ ଅବଗତ ହୋଇଥିଲେ।

ଚଳିତ ବର୍ଷ ମାର୍ଚ୍ଚ ୧୨ ରେ, ପୋଖରାନରେ ଅନୁଷ୍ଠିତ ଭାରତ ଶକ୍ତି ସାମରିକ ଅଭ୍ୟାସରେ ଭାରତୀୟ ସେନା ମଲ୍ଟି-ୟୁଟିଲିଟି ଲେଗଡ୍ ଇକ୍ୟୁପମେଣ୍ଟର ଝଲକ ଦେଖାଇଥିଲା। ଥର୍ମାଲ୍ କ୍ୟାମେରା ଏବଂ ରାଡାର ସହିତ ସଜ୍ଜିତ ମୁଲେ ଅତି ସହଜରେ କଠିନ ଭୂମି, ୧୮ ସେମି ଉଚ୍ଚ ପାହାଚ ଏବଂ ୪୫ ଡିଗ୍ରୀ ପାହାଡ ଭୂମି ଉପରକୁ ଚଢ଼ିପାରେ। ଏହାର ଚାରି ଗୋଡ ରହିଛି। ଏହାର ଓଜନ ପ୍ରାୟ ୫୧ କିଲୋଗ୍ରାମ ଏବଂ ଲମ୍ବ ପ୍ରାୟ ୨୭ ଇଞ୍ଚ । ମାତ୍ର ଗୋଟିଏ ଘଣ୍ଟାରେ ରିଚାର୍ଜ କରି ଏହା ଦଶ ଘଣ୍ଟା ପାଇଁ ନିରନ୍ତର କାର୍ଯ୍ୟ କରିପାରିବ ।

ଏହାର ପେଲୋଡ୍ କ୍ଷମତା ୧୨ କିଲୋଗ୍ରାମ, ଥର୍ମାଲ୍ କ୍ୟାମେରା ଏବଂ ରାଡାର ପରି ଅନେକ ପେଲୋଡ୍ ଏଥିରେ ସ୍ଥାପନ କରାଯାଇପାରିବ । ଏହାକୁ ୱାଇ-ଫାଇ କିମ୍ବା ଲଙ୍ଗ ଟର୍ମ ଇଭୋଲ୍ୟୁସନ ଯଥା ଏଲଟିଇରେ ମଧ୍ୟ ବ୍ୟବହାର କରାଯାଇପାରିବ। ସ୍ୱଳ୍ପ ଦୂରତା ପାଇଁ ୱାଇ-ଫାଇ ବ୍ୟବହାର କରାଯାଇପାରିବ, ଏବଂ ଏଲଟିଇ ୧୦ କିଲୋମିଟର ଦୂରତା ପାଇଁ ବ୍ୟବହାର କରାଯାଇପାରିବ। ଏହା ରିମୋଟ୍ କଣ୍ଟ୍ରୋଲ୍ ଦ୍ୱାରା ନିୟନ୍ତ୍ରିତ ଏକ ଆନାଗଲ୍ ଫେସ୍ ଯନ୍ତ୍ର। ଏହାର ଏକ ଇଣ୍ଟିଗ୍ରେଟେଡ୍ ଫାୟାରିଂ ପ୍ଲାଟଫର୍ମ ମଧ୍ୟ ଅଛି ।

 

ସମ୍ବନ୍ଧିତ ଖବର