ପାକିସ୍ତାନରେ ଚୀନ ନିର୍ମାଣ କରୁଛି ୫ ଲକ୍ଷ ଲୋକ ରହିବା ଭଳି ଏକ ସହର, ପାକିସ୍ତାନୀ  ଲୋକ ଏଠାକୁ ଆସିବା ମନା

ନୂଆଦିଲ୍ଲୀ : ଚୀନ ସହ ବନ୍ଧୁ ହୋଇ ଭାରତକୁ କାବୁ କରିବାକୁ ପାକିସ୍ତାନ ସ୍ୱପ୍ନ ଦେଖୁଛି । କିନ୍ତୁ ଚୀନ ଯେ ପାକିସ୍ତାନ ଉପରେ ଆଖି ପକାଇଛି ଏହା ଧୀରେ ଧୀରେ ସ୍ପଷ୍ଟ ହେବାରେ ଲାଗିଛି । ଚୀନ ପାକିସ୍ତାନର ଗ୍ଵାଦର ବନ୍ଦର ଅଂଚଳରେ ଏକ  ସହର ନିର୍ମାଣ କରିବାକୁ ଯାଉଛି । ଏହି ସହରର ବିଶେଷତ୍ୱ ହେଉଛି ଯେ ଏଥିରେ ପାକିସ୍ତାନି ମାନଙ୍କୁ ପ୍ରବେଶ ଉପରେ କଟକଣା ରହିବ ।

ଚୀନର ଉଚ୍ଚାଭିଳାଷୀ ପ୍ରକଳ୍ପ ଚୀନ-ପାକିସ୍ତାନ ଇକନୋମିକ କରିଡର (ସିପିଇସି)ର ଏକ ଅଂଶ ବିଶେଷ ସ୍ୱରୂପ ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶରେ ଚୀନ ଗ୍ଵାଦର ବନ୍ଦର ନିର୍ମାଣ କରୁଛି । ଏହା ସାମରିକ ଓ ଅର୍ଥନୈତିକ ଦୃଷ୍ଟିକୋଣରୁ ଚୀନ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ । କିନ୍ତୁ ବେଲୁଚିସ୍ତାନ ପ୍ରଦେଶର ଲୋକମାନେ ଏହାକୁ ତୀବ୍ର ବିରୋଧ କରୁଛନ୍ତି । ଏଥିପାଇଁ ବାରମ୍ବାର ଚୀନ ଇଂଜିନିୟର ଓ ଅନ୍ୟ ଲୋକମାନଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ହେଉଛି । ଗତ ସପ୍ତାହରେ ମଧ୍ୟ ସମାନ ଧରଣର ଏକ ଆତଙ୍କବାଦୀ ଆକ୍ରମଣ ହୋଇଥିଲା । ଏହାକୁ ଦୃଷ୍ଟିରେ ରଖି ଚୀନ ପ୍ରାୟ  ୧୫୦ ନିୟୁତ ଡଲାର ବ୍ୟୟ କରି ଏହି ସହର ନିର୍ମାଣ କରିବ । ଏହି ସହରରେ ପ୍ରାୟ ୫ ଲକ୍ଷ ଲୋକ ରହିପାରିବେ । କିନ୍ତୁ ଏହି ସହରକୁ ପାକିସ୍ତାନୀମାନେ ବିନା ଅନୁମତିରେ ଆସିପାରିବେ ନାହିଁ । ଏହାର ଅର୍ଥ ହେଉଛି ପାକିସ୍ତାନ ମଧ୍ୟରେ ଚୀନ ନିଜର ଏକ ଅଂଚଳ ରହିବ ଯେଉଁଠାରେ କେବଳ ଚୀନର ଶାସନ ଚାଲିବ ।

ସମ୍ବନ୍ଧିତ ଖବର