ଚୀନ୍‌ର ମୁଖା ଖୋଲୁଛି ଟେଷ୍ଟିଂ କିଟ୍‌, ଭାରତର ବର୍ଜନ ପରେ ବି ଚେତୁନି

ନୂଆଦିଲ୍ଲୀ: କରୋନା ରୋଗୀଙ୍କୁ ଚିହ୍ନଟ ସହ ସେମାନଙ୍କୁ ନିରୀକ୍ଷଣ କରିବା ପାଇଁ ଭାରତ ବିପୁଳ ପରିମାଣର ଦ୍ରୁତ ପରୀକ୍ଷଣ କିଟ୍ ମଗାଇଥିଲା। ଏପରିକି ଆବଶ୍ୟକ ଅନୁଯାୟୀ ବିଭିନ୍ନ ରାଜ୍ୟକୁ ମଧ୍ୟ ବହୁ ସଂଖ୍ୟକ କିଟ୍ ଯୋଗାଣ ସରିଥିିଲାା ମାତ୍ର ଏହି କିଟ୍ ଦ୍ବାରା ହେଉଥିବା ପରୀକ୍ଷଣରୁ ସ୍ଥିର ଫଳାଫଳ ମିଳୁନାହିଁ ଏବଂ ଏଥିରେ ଦେଖାଦେଉଥିବା ଭୀଷଣ ତାରତମ୍ୟ ହିଁ ମୁଖ୍ୟ ଉେଦ୍ଦଶ୍ୟ ସାଧନରେ କାମ ଦେବନାହିଁ ବୋଲି ଭାରତୀୟ ଭେଷଜ ଗବେଷଣା ପରିଷଦ(ଆଇସିଏମ୍ଆର୍) ଏବେ ଅନୁଭବ କରୁଛିା ଫଳରେ ସଂପୃକ୍ତ ଚୀନ୍ ନିର୍ମିତ ଏହି ତ୍ରୁଟିଯୁକ୍ତ କୋଭିଡ୍–୧୯ କିଟ୍ ଦ୍ବାରା ପରୀକ୍ଷଣ ବନ୍ଦ କରିବାକୁ କେନ୍ଦ୍ର ସରକାର ସୋମବାର ରାଜ୍ୟମାନଙ୍କୁ ନିେର୍ଦ୍ଦଶ କରିବା ସହ ଗଚ୍ଛିତ ଥିବା ବଳକା କିଟ୍ ଫେରାଇ ଆଣିବାକୁ ପରାମର୍ଶ କରିଛିା ସେହି ସବୁ କିଟ୍‌କୁ ଚୀନ୍ ଫେରାଇ ନେବାକୁ ମଧ୍ୟ ଭାରତ ଜଣାଇସାରିଛିା ତେବେ ଭାରତ ସରକାରଙ୍କ ଏଭଳି ଆଭିମୁଖ୍ୟରେ ଚୀନ୍ ମଙ୍ଗଳବାର ନିଜର କ୍ଷୋଭ ପ୍ରକାଶ କରିଛିା

ସୂଚନାଯୋଗ୍ୟ, କୌଣସି ପୀଡି଼ତ ଠାରେ କୋଭିଡ୍–୧୯ ମହାମାରୀର କାରଣ ସାଜିଥିବା କରୋନାଭୂତାଣୁ ସାର୍ସ–କୋଭ୍–୨ର ଚିହ୍ନଟ ସହ ଏହାର ସଂକ୍ରମଣ ବ୍ୟାପକତାକୁ ନିରୀକ୍ଷଣ କରିବା ଉେଦ୍ଦଶ୍ୟରେ ଦ୍ରୁତ ପରୀକ୍ଷଣ କିଟ୍ ହିଁ ଅପରିହାର୍ଯ୍ୟ। ସାମ୍ପ୍ରତିକ ପରିସ୍ଥିତିରେ ବିଶ୍ବବ୍ୟାପୀ ଏହି ଧରଣର ପରୀକ୍ଷଣ କିଟ୍ ଯୋଗାଣ କରିବାରେ ଚୀନ୍ ଅଗ୍ରଣୀ ଭୂମିକା ନିଭାଉଛିା ଅନ୍ୟ ଦେଶମାନଙ୍କ ପରି ଭାରତ ମଧ୍ୟ ଏହାର ୧୩୦ କୋଟି ଜନସଂଖ୍ୟାକୁ ଦୃଷ୍ଟିରେ ରଖି କୋଭିଡ–୧୯ର ନିୟମିତ ନିରୀକ୍ଷଣ ପାଇଁ ପ୍ରଭୂତ ପରିମାଣର ଏହି ଚୀନ୍ ନିର୍ମିତ କିଟ୍ ମଗାଇଛିା ଚୀନୀ କମ୍ପାନି ଗୁଆଂଝାଓ ବାୟୋଟେକ୍ ଏବଂ ଝୁହାଇ ଲିଭଜନ୍ ଡାଇଗ୍ନୋଷ୍ଟିକସ ଦ୍ବାରା ପ୍ରସ୍ତୁତ ଏହି କିଟ୍‌ ଭାରତରେ ଉପଯୋଗ କରିବା ପରେ ସ୍ଥିର ଫଲାଫଳ ମିଳିନାହିାଁ ଫଳରେ ତାହାର ଉପାଦେୟତା ନେଇ ଦ୍ବନ୍ଦ ସୃଷ୍ଟି ହୋଇଛିା ତେଣୁ ଭାରତ ବାଧ୍ୟ ହୋଇ ଏ ସମ୍ପର୍କରେ ଚୀନ୍ କର୍ତ୍ତୃପକ୍ଷଙ୍କୁ ଜଣାଇଦେଇଛିା ତେବେ ଏଥିରେ ଚୀନ୍ ତୀବ୍ର ପ୍ରତିକ୍ରିୟା ଦେଖାାଇଛିା ଚୀନ୍ ନିର୍ମିତ କୌଣସି ବି ଡାକ୍ତରୀ ସରଞ୍ଜାମ ଉତ୍ତମ ଗୁଣମାନର ବୋଲି ଚୀନ୍ ରାଷ୍ଟ୍ରଦୂତଙ୍କ କାର୍ଯ୍ୟାଳୟ ପକ୍ଷରୁ ସଫେଇ ଦିଆଯିବା ସହ ଏପରି ସାମଗ୍ରୀକୁ କେହି ତ୍ରୁଟିପୂର୍ଣ୍ଣ କହିବା ଦୁର୍ଭାଗ୍ୟଜନକ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର