ବେଜିଂ : ୟୁକ୍ରେନ୍ ଯୁଦ୍ଧ ଭିତରେ ଚୀନ୍ ତାଇୱାନକୁ ଲଗାତାର ଡରାଇବାରେ ଲାଗିଛି। ଚୀନ୍ର ଶକ୍ତିଶାଳୀ ଯୁଦ୍ଧ ବିମାନ ତାଇୱାନ ବାୟୁସୀମାରେ ଉଡ଼ାଣ ଭରି ଆତଙ୍କ ସୃଷ୍ଟି କରୁଛି। ତାଇୱାନ୍ ଉପରେ ଅତର୍କିତ ଆକ୍ରମଣ କରି ଏହାକୁ ଦଖଲ କରିନେବା ପାଇଁ ଚୀନ୍ର ଯୋଜନା କରୁଥିବାରୁ ଜୋ ବାଇଡେନ୍ ଏହାର କଡ଼ା ବିରୋଧ କରିଛନ୍ତି। ଚୀନ୍କୁ ଧମକାଇ ବାଇଡେନ୍ କହିଛନ୍ତି, ‘ଚୀନ୍ ବିପଦ ସହ ଖେଳୁଛି’। ଯଦି ବେଜିଂ ତାଇୱାନ୍ ଉପରେ ଆକ୍ରମଣ କରିବ ତେବେ ଆମେରିକା ତାଇୱାନ୍କୁ ସମସ୍ତ ସୁରକ୍ଷା ଦେବ ଏବଂ ଏଥିପାଇଁ ଆମେ ସାମରିକ ଶକ୍ତି ପ୍ରୟୋଗ କରିବୁ ବୋଲି ବାଇଡେନ୍ କହିଛନ୍ତି। ଟୋକିଓରେ ଏକ ସାମ୍ବାଦିକ ସମ୍ମିଳନୀରେ ଉଦ୍ବୋଧନ ଦେଇ ବାଇଡେନ୍ କହିଛନ୍ତି, ଆମେ ‘ୱାନ୍-ଚାଇନା ପଲିସି’ରେ ରାଜି ଅଛୁ। ଆମେ ଏଥିରେ ସ୍ବାକ୍ଷର କରିଛୁ। କିନ୍ତୁ ବଳପୂର୍ବକ ସ୍ବାଧୀନ ରାଷ୍ଟ୍ର ତାଇୱାନକୁ ଅକ୍ତିଆର କରିବା ଆଦୌ ଠିକ୍ ନୁହେଁ ବୋଲି ବାଇଡେନ କହିଛନ୍ତି। ତେବେ ତାଇୱାନ୍ ପ୍ରସଙ୍ଗରେ ବାଇଡେନ୍ ଦେଇଥିବା ଟିପ୍ପଣୀକୁ ଚୀନ୍ ବିରୋଧ କରିଛି। ଚୀନ୍ କହିଛି ତାଇୱାନ୍ ପ୍ରସଙ୍ଗ ଚୀନ୍ର ଆଭ୍ୟନ୍ତରୀଣ ବ୍ୟାପାର। ଚୀନ୍ ଜାତୀୟ ସ୍ବାର୍ଥର ସୁରକ୍ଷା ପାଇଁ ସବୁ ପରିସ୍ଥିତି ନିମନ୍ତେ ପ୍ରସ୍ତୁତ ରହିଛି ବୋଲି ଚୀନ୍ ବିଦେଶ ମନ୍ତ୍ରାଳୟ ପ୍ରବକ୍ତା ୱାଙ୍ଗ୍ ୱିନାୱେନ୍ କହିଛନ୍ତି।
ଚୀନ୍ ବିପଦ ସହ ଖେଳୁଛି, ସାମରିକ ଶକ୍ତି ପ୍ରୟୋଗ କରିବୁ: ବାଇଡେନ୍
ଜାତୀୟ ସ୍ବାର୍ଥର ସୁରକ୍ଷା ପାଇଁ ଆମେ ପ୍ରସ୍ତୁତ: ଚୀନ୍
/sambad/media/post_attachments/wp-content/uploads/2022/03/biden1-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)