ନୂଆଦିଲ୍ଲୀ: ସାରା ବିଶ୍ବରେ ଅଦ୍ୟାବଧି ପାଖାପାଖି ୨ କୋଟି ୭୪ ଲକ୍ଷ ଲୋକଙ୍କୁ ଘାଇଲା କରିବା ସହ ୮ ଲକ୍ଷ ୯୪ ହଜାରରୁ ଅଧିକ ମୃତ୍ୟୁର କାରଣ ସାଜିଥିବା ମହାମାରୀ କୋଭିଡ୍-୧୯ ପାଇଁ ଚୀନ୍ ହିଁ ପ୍ରକୃତରେ ଦାୟୀ ବୋଲି ଆମେରିକାର ପରରାଷ୍ଟ୍ର ସଚିବ ମାଇକେଲ୍ ପମ୍ପିଓ ପୁଣି ଥରେ ଦୋହରାଇଛନ୍ତି। ବିଶ୍ବ ତମାମ ଅର୍ଥନୀତିକୁ ଏପରି ଭୁଶୁଡ଼େଇ ଦେଇଥିବା ସ୍ଥିତି ପାଇଁ ଚୀନ୍ର କମୁନିଷ୍ଟ ପାର୍ଟି ସରକାରଙ୍କୁ ହିଁ ଦୋଷୀ କରିବାକୁ ଆମେରିକା ବଦ୍ଧ ପରିକର ବୋଲି ପମ୍ପିଓ କହିଛନ୍ତି। ସୂଚନା ଥାଉ କି, ଦକ୍ଷିଣ ଚୀନ୍ ସାଗରରେ ଚୀନ୍ର ଆଧିପତ୍ୟ ବିସ୍ତାର ସାଙ୍ଗକୁ କୋଭିଡ୍ ପରିଚାଳନାରେ ଚୀନ ସରକାରଙ୍କ ଗୋପନୀୟତାକୁ କେନ୍ଦ୍ର କରି ସମ୍ପ୍ରତି ଵାସିଂଟନ ଓ ବେଜିଂ ପ୍ରଶାସନ ମଧ୍ୟରେ ତିକ୍ତତା ବଢ଼ିବାରେ ଲାଗିଛି। ଏ ପରିପ୍ରେକ୍ଷୀରେ ବିଶେଷ କରି କୋଭିଡ୍ ପ୍ରସଙ୍ଗରେ ଚୀନ୍କୁ ବିଶ୍ବ ଦରବାରରେ ଏକଘରିକିଆ କରିବା ଲାଗି ପମ୍ପିଓଙ୍କ ଏହି ପୌନଃପୁନିକ ଉଦ୍ୟମ ଗୁରୁତ୍ବ ବହନ କରୁଛି।
କୋଭିଡ୍ ପାଇଁ ଚୀନ୍ ହିଁ ଦାୟୀ: ପମ୍ପିଓ
/sambad/media/post_attachments/wp-content/uploads/2020/09/Coronavirus_AP.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)