ପାକିସ୍ତାନର ବାୟୁ ସୁରକ୍ଷାକୁ ଅଭେଦ୍ୟ କରିଚାଲିଛି ଚୀନ, କିପରି ଜାଣନ୍ତୁ

ନୂଆଦିଲ୍ଲୀ : ପାକିସ୍ତାନର ବାୟୁସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବାକୁ ଚୀନ ଉଦ୍ୟମ ଆରମ୍ଭ କରିଦେଇଛି । ଏଥିପାଇଁ ପାକିସ୍ତାନକୁ ଅତ୍ୟାଧୁନିକ ଜେ-୧୦ ମଲଟିରୋଲ ଟାକଟିକାଲ ଲଢୁଆ ବିମାନ ପ୍ରଦାନ କରିଛି ବେଜିଂ । ଚୀନ ପକ୍ଷରୁ ପ୍ରଦାନ କରାଯାଇଥିବା ଏହି ବିମାନକୁ ଗତ ସପ୍ତାହରେ  ପାକିସ୍ତାନ ବାୟୁସେନାର ସାମିଲ ହୋଇଥିଲା । ଏହି ବିମାନ ଆସିବା ପରେ ପାକିସ୍ତାନର ବାୟୁ ଓ ନୌସୁରକ୍ଷା ବ୍ୟବସ୍ଥା ସୁଦୃଢ ହେବ ବୋଲି ବିଶେଷଜ୍ଞମାନେ କହୁଛନ୍ତି ।

ଭାରତ ପକ୍ଷରୁ ୨୦୧୯ରେ ହୋଇଥିବା ବାଲାକୋଟ୍ ଏୟାରଷ୍ଟ୍ରାଇକ୍ ପରେ ପାକିସ୍ତାନର ବାୟୁସୁରକ୍ଷା ବ୍ୟବସ୍ଥାରେ ଥିବା ତ୍ରୁଟି ଧରାପଡ଼ିଯାଇଥିଲା । ଏହାପରେ ପାକିସ୍ତାନ ନିଜର ବାୟୁସୁରକ୍ଷା ବ୍ୟବସ୍ଥାକୁ ବଢାଇବାକୁ ଯୋଜନା କରିଥିଲା । ଏଥିପାଇଁ ପାକିସ୍ତାନ ନିଜର ବନ୍ଧୁରାଷ୍ଟ୍ର ଚୀନର ସହାୟତା ନେଇଥିଲା । ଏହି ଯୋଜନାର ଫଳସ୍ବରୂପ ପାକିସ୍ତାନକୁ ଚୀନ ଏହି ଜେ-୧୦ ବିମାନ ପ୍ରଦାନ କରିଛି ।

କେବଳ ଏତିକି ନୁହେଁ, ଚୀନଠାରୁ ଦୀର୍ଘଦୂରଗାମୀ ଏଚକ୍ୟୁ-୯ ସିଷ୍ଟମ ଖରିଦ ପାଇଁ ପାକିସ୍ତାନ କଥାବାର୍ତ୍ତା ଚଳାଇଛି । ଏଚକ୍ୟୁ-୯ ସିଷ୍ଟମକୁ ଚୀନର ଏସ-୩୦୦ ବୋଲି କୁହାଯାଉଛି । ପାକିସ୍ତାନ ହାତକୁ ଏହା ଆସିବା ପରେ ପାକିସ୍ତାନର ବାୟୁସୁରକ୍ଷା ବ୍ୟବସ୍ଥା ଆହୁରି ସୁଦୃଢ ହୋଇପାରିବ । ଏହା ଭାରତ ପାଇଁ ଚିନ୍ତାର ବିଷୟ ହୋଇପାରେ ।

ଅନ୍ୟପକ୍ଷରେ ଭାରତ ପାକିସ୍ତାନ ସୀମାରେ ରୁଷନିର୍ମିତ ଏସ-୪୦୦ ଏୟାର ଡିଫେନ୍ସ ସିଷ୍ଟମକୁ ମୁତୟନ କରିଛି । ଏହାକୁ ବିଶ୍ବ ସବୁଠୁ ଶକ୍ତିଶାଳୀ ଏୟାର ଡିଫେନ୍ସ ସିଷ୍ଟମ କୁହାଯାଉଛି ।

ସମ୍ବନ୍ଧିତ ଖବର