ଚୀନ ଏଯୁଗର ଇଷ୍ଟ ଇଣ୍ଡିଆ କମ୍ପାନି : ମାଳଦ୍ୱୀପର ପୂର୍ବତନ ରାଷ୍ଟ୍ରପତି

ମାଲେ : ଚୀନ ଏ ଯୁଗର ଇଷ୍ଟ ଇଣ୍ଡିଆ କମ୍ପାନି ବୋଲି କହିଛନ୍ତି ମାଳଦ୍ୱୀପର ପୂର୍ବତନ ରାଷ୍ଟ୍ରପତି ତଥା ବର୍ତ୍ତମାନର ବାଚସ୍ପତି ମହମ୍ମଦ ନସିଦ । ଏଠାରେ ଅନୁଷ୍ଠିତ ଭାରତ ମହାସାଗର ସମ୍ମିଳନୀରେ ଯୋଗ ଦେଇ ସେ କହିଛନ୍ତି ଯେ ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନି ଯୁଦ୍ଧ କରି, ଗୁଳି ଫୁଟାଇ ବିଭିନ୍ନ ଅଞ୍ଚଳ ଜବରଦଖଲ କରୁଥିଲା, କିନ୍ତୁ ଚୀନ ବିନା ଗୁଳି ଚଳାଇ ତାଠାରୁ ଅଧିକ ଅଞ୍ଚଳ ଅକ୍ତିଆର କରିଛି ।

ସେ କହିଛନ୍ତି ଚୀନ ଛୋଟ ଛୋଟ ଦେଶଗୁଡ଼ିକର ଶାସନ ମୁଖ୍ୟ, ସାଂସଦମାନଙ୍କୁ ହାତ କରି ଆଇନରେ ପରିବର୍ତ୍ତନ କରିବାକୁ ସକ୍ଷମ ହୁଏ । ତାପରେ ଉକ୍ତ ଦେଶରେ ବଡ଼ ବଡ଼ କଣ୍ଟ୍ରକ୍ଟ ହାସଲ କରେ । କିନ୍ତୁ ଉକ୍ତ ପ୍ରକଳ୍ପ ଗୁଡ଼ିକ ପାଇଁ ଚୀନ ଅସମ୍ଭବ ପ୍ରକାରର ମୂଲ୍ୟ ଦାବି କରେ, ଯାହାକୁ ଉକ୍ତ ଦେଶ ଭରଣା କରିପାରିବ ନାହିଁ । ଋଣ ମଧ୍ୟ ଚୀନ ଦିଏ । ଉକ୍ତ ଦେଶ ଋଣ ପରିଶୋଧ କରିନପାରି ଚୀନ ନିକଟରେ ନିଜର ସାର୍ବଭୌମତ୍ୱ ବନ୍ଧା ପକେଇ ଦିଏ । ଏସିଆ, ଆଫ୍ରିକାର ଅନେକ ଦେଶ ଚୀନ ଜାଲରେ ଫସିଯାଇଛନ୍ତି । ମାଳଦ୍ୱୀପ ମଧ୍ୟ ଏଥିରୁ ଗୋଟିଏ ବୋଲି ସେ କହିଛନ୍ତି ।

ସମ୍ବନ୍ଧିତ ଖବର