ନୂଆଦିଲ୍ଲୀ: ଚୀନରେ କରୋନାଭାଇରସ୍କୁ ଅଟକାଇବା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ନିଆଯାଇଛି। କରୋନାଭାଇରସ୍ରେ ଏଯାବତ ୯୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦, ୧୭୧ଜଣ ଏଥିରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଏଥିସହିତ ୧୮୭, ୫୧୮ଲୋକ ଡାକ୍ତରଙ୍କ ନୀରିକ୍ଷଣରେ ଅଛନ୍ତି। ଏଭଳି ପରିସ୍ଥିତିରେ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ କରୋନାଭାଇରସ୍ ପୀଡ଼ିତଙ୍କ ପ୍ରତି ଚୀନର ସରକାରୀ ଅଧିକାରୀ ଅବହେଳା କରୁଥିବା ନଜର ଆସୁଛି।
The Motley Foolସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି। ଏଥିରେ କରୋନାଭାଇରସ୍ ପୀଡିତଙ୍କୁ ଏକ ବାକ୍ସରେ ବନ୍ଦ କରି ଟ୍ରକ୍ରେ ରଖା ଯାଉଥିବା ଦେଖିବାକୁ ମିଳିଛି। ବାକ୍ସରେ ବନ୍ଦ ହେବା ପରେ ମହିଳାଙ୍କ ଚିତ୍କାର ଶବ୍ଦ ଶୁଣିବାକୁ ମିଳୁଛି। ମହିଳାଙ୍କ ସାଥୀ ତାଙ୍କୁ ସାନ୍ତ୍ୱନା ଦେବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ ବାକ୍ସ ଭିତରେ ବନ୍ଦ ଥିବା ମହିଳାଙ୍କ କାନ୍ଦ ସ୍ୱର ଶୁଣିବାକୁ ମିଳୁଛି। ଚୀନ ସରକାର କରୋନା ପୀଡ଼ିତଙ୍କୁ ଭିନ୍ନ ଭିନ୍ନ ସ୍ଥାନରେ ରଖୁଛନ୍ତି। କାରଣ ଏହି ଭାଇରସ୍ ଯେପରି ଅନ୍ୟ ଲୋକମାନଙ୍କୁ ସଂକ୍ରମଣ ନହେଉ।
真的是把人当猪 pic.twitter.com/TC2fUViIse
— 方舟子 (@fangshimin) February 6, 2020
ସେହିପରି ଅନ୍ୟ ଏକ ଭିଡିଓରେ ଚୀନ ପୁଲିସ କରୋନାଭାଇରସ୍ ସଂକ୍ରମିତ ହୋଇଥିବା ସନ୍ଦେହରେ ଜଣେ ମହିଳାଙ୍କୁ ଜୋରଜବରଦସ୍ତି ଉଠାଇ ଅଣି ରାସ୍ତାରେ ଛାଡ଼ି ଚାଲି ଯାଉଛି। ଏହାପରେ ଏକ ଟ୍ରାନ୍ସପୋର୍ଟ ଭ୍ୟାନ୍ ଆସି ତାଙ୍କୁ ସେଠାରୁ ନେଇ ଯାଉଛି।
The New York Timesତେବେ ଚୀନ୍ ଅଧିକାରୀଙ୍କ ଏଭଳି କାମକୁ ସମସ୍ତେ ନିନ୍ଦା କରିବା ସହ ପ୍ରତିବାଦ କରୁଛନ୍ତି । କିଛି ସୋସିଆଲ ମିଡିଆ ବ୍ୟବହାରକାରୀ ଚୀନ୍ ନିଜ ଦୋଷ ଲୁଚାଇବା ପାଇଁ ଏଭଳି କାମ କରୁଥିବା କହିଛନ୍ତି। ଚୀନ୍ ପ୍ରଶାସନ ଭାଇରସ୍ର କେନ୍ଦ୍ରସ୍ଥଳୀ କୁହାଯାଉଥିବା ଉହାନ୍କୁ ମଧ୍ୟ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/02/dvfs.jpg)