ବେଜିଂ: ଚୀନର ମହିଳା ସାମ୍ବାଦିକ ଝାଙ୍ଗ ଜାନ ପ୍ରାରମ୍ଭିକ ଦିନରେ କରୋନା ଖବରକୁ ପ୍ରକାଶ କରିଥିଲେ । କରୋନାର ସତ୍ୟ ପଦାକୁ ଆଣିଥିବାରୁ ଚୀନ ସରକାର ରାଗ ରଖି ତାଙ୍କୁ ଜେଲରେ ପୂରେଇ ଦେଇଥିଲା । ସେବେଠାରୁ ସେ ଗତ ଚାରି ବର୍ଷ ଧରି ସଂଘାଇ ମହିଳା କାରାଗାରରେ ଦଣ୍ଡ ଭୋଗୁଥିଲେ। ତାଙ୍କର ଦଣ୍ଡ ବର୍ତ୍ତମାନ ଶେଷ ହୋଇଛି ଏବଂ ତାଙ୍କୁ ସୋମବାର ଜେଲରୁ ମୁକ୍ତ କରାଯିବା କଥା କିନ୍ତୁ ତଥାପି ତାଙ୍କୁ ମୁକ୍ତି ମିଳିପାରୁନାହିଁ । ତାଙ୍କ ଘର ବିଷୟରେ କିଛି ଜଣାନାହିଁ । ତାଙ୍କ ପରିବାରର ସମସ୍ତ ସଦସ୍ୟ ଏପର୍ଯ୍ୟନ୍ତି ନିଖୋଜ ଅଛନ୍ତି ।
୪ ବର୍ଷ ବିତିବା ପରେ ବି ଜେଲ୍ରୁ ମୁକୁଳି ପାରୁନାହାନ୍ତି କରୋନା ବିଷୟରେ ପ୍ରଥମେ ଖବର ପ୍ରକାଶ କରିଥିବା ସାମ୍ବାଦିକା
/sambad/media/post_attachments/wp-content/uploads/2024/05/୧-5.jpg)