ଚୀନା କରୋନା ଭାଇରସ ଗବେଷକଙ୍କୁ ଆମେରିକାରେ ହତ୍ୟା!

ୱାସିଂଟନ: ଆମେରିକାରେ କରୋନା ଭୂତାଣୁ ସମ୍ପର୍କରେ ଗବେଷଣା କରୁଥିବା ଜଣେ ଚୀନା ଗବେଷକ ଗୁଳିମାଡରେ ମୃତ୍ୟୁମୁଖରେ ପଡିଛନ୍ତି। ଏହା ଏକ ହତ୍ୟାକାଣ୍ଡ ନା ଆତ୍ମହତ୍ୟା, ତାହା ଏବେ ସନ୍ଦେହ ସୃଷ୍ଟି କରିଛି। କରୋନା ଭୂତାଣୁ ଉପରେ ଗବେଷଣା କରୁଥିବା ଚୀନ୍‌ର ଗବେଷକ ବିଂ ଲ୍ୟୁ (୩୭)ଙ୍କର ମୃତଦେହକୁ ଆଜି ସେଣ୍ଟ ପିଟ୍‌ସବର୍ଗସ୍ଥିତ ନିଜ ବାସଭବନରୁ ପୁଲିସ ଉଦ୍ଧାର କରିଥିବାବେଳେ ତାଙ୍କ ସହକର୍ମୀ ହାଓ ଗୁ (୪୬)ଙ୍କ ମୃତଦେହ ମଧ୍ୟ ଉଦ୍ଧାର କରାଯାଇଛି। ଚୀନ ଗବେଷକ ଲ୍ୟୁଙ୍କୁ ତାଙ୍କ ସହକର୍ମୀ ଗୁଳିକରି ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିବା ନେଇ ଆମେରିକା ପୁଲିସ ସନ୍ଦେହ କରିଛି। କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ମତପାର୍ଥକ୍ୟ ଥିଲା ଏବଂ ଗୁ ତାଙ୍କ ବନ୍ଧୁ ଲ୍ୟୁଙ୍କୁ ଗୁଳିକରି ହତ୍ୟା କରିଛନ୍ତି। ତେବେ ଗବେଷଣାକୁ ନେଇ ଏ ହତ୍ୟାକାଣ୍ଡ ଘଟିନାହିଁ ବୋଲି ପୁଲିସ ସ୍ପଷ୍ଟ କରିଛି। କିନ୍ତୁ ଗବେଷକ ଲ୍ୟୁ କରୋନା ଭୂତାଣୁ ଉପରେ ଗବେଷଣା କରୁଥିବାରୁ ତାଙ୍କୁ ହତ୍ୟା କରାଯାଇଛି ବୋଲି ସୋସିଆଲ୍‌ ମିଡିଆରେ ମିଥ୍ୟା ପ୍ରଚାର କରାଯାଉଛି ଏବଂ ବ୍ୟକ୍ତିଗତ କାରଣରୁ ଏହି ହତ୍ୟାକାଣ୍ଡ ଘଟିଥିବା ଆମେରିକା ପୁଲିସ କହିଛି।

ସମ୍ବନ୍ଧିତ ଖବର