ସଫଳତାର ସହ ମଙ୍ଗଳ ଗ୍ରହକୁ ମହାକାଶଯାନ ‘ତିଆନୱେନ୍ ୧’ ପ୍ରେରଣ କଲା ଚୀନ୍

ନୂଆଦିଲ୍ଲୀ: ଚୀନ ସଫଳତାର ସହ ମହାକାଶଯାନ ‘ତିଆନୱେନ୍ ୧’କୁ ମଙ୍ଗଳ ଗ୍ରହକୁ ପଠାଇଛି | ଚୀନର ସର୍ବବୃହତ ଭାରୀ ରକେଟ୍ ଲଙ୍ଗ ମାର୍ଚ୍ଚ -୫ ୱାଇ ୪ ‘ତିଆନୱେନ୍-୧’କୁ ନେଇ ମଙ୍ଗଳ ଗ୍ରହକୁ ଯାତ୍ରା ଆରମ୍ଭ କରିଥିବା ଜଣାପଡ଼ିଛି। ଦକ୍ଷିଣ ଚୀନ୍‌ର ହେନାନ ପ୍ରଦେଶର ୱେଞ୍ଚାଙ୍ଗ ସ୍ପେସ୍ ଲଞ୍ଚ ସେଣ୍ଟରରୁ ଚୀନର ମାର୍ସ ଅର୍ବିଟର୍ ‘ତିଆନୱେନ୍ ୧’କୁ ଲଞ୍ଚ କରାଯାଇଛି।

ଚୀନର ଜାତୀୟ ମହାକାଶ ପ୍ରଶାସନ କହିଛି ଯେ, ୨୦୦୦ ସେକେଣ୍ଡର ଉଡ଼ାଣ ପରେ ଏହି ରକେଟ୍ ସଫଳତାର ସହ ପୃଥିବୀ-ମଙ୍ଗଳ କକ୍ଷପଥରେ ପ୍ରବେଶ କରିଛି। ଏହା ପରେ, ଏହା ବର୍ତ୍ତମାନ ମଙ୍ଗଳ ଆଡକୁ ଗତି କରିଛି | କୁହାଯାଉଛି ଯେ, ଚୀନର ମହାକାଶଯାନ ପ୍ରାୟ ୭ମାସ ଯାତ୍ରା ପରେ ଫେବୃଆରୀ ୨୦୨୧ରେ ମଙ୍ଗଳ ଗ୍ରହର ମାଧ୍ୟାକର୍ଷଣ ବଳୟରେ ପ୍ରବେଶ କରିବ। ଏକ ରୋଭର ସହ ଏହି ମହାକାଶଯାନ ଯାତ୍ରା କରୁଛି, ଯାହା ମଙ୍ଗଳ ଗ୍ରହରେ ଅବତରଣ କରିବ |

चीन ने मंगल के ल‍िए रवाना क‍िया अपना अंतरिक्ष यान
navbharattimes

ଯଦି ଚୀନ୍‌ର ଏହି ମିଶନ୍ ସଫଳ ହୁଏ, ତେବେ ଗୋଟିଏ ମିଶନରେ କକ୍ଷପଥ, ଅବତରଣ ଏବଂ ଚଳନ ସଂପୂର୍ଣ୍ଣ କରାଯିବ। ଏଥି ସହ ସୌର ପ୍ରଣାଳୀର ଗ୍ରହ ଅନୁସନ୍ଧାନରେ ପ୍ରଥମ ପଦକ୍ଷେପ ନେବା ଲକ୍ଷ୍ୟ ରଖିଛି ଚୀନ | ଚୀନ୍ କହିଛି ଯେ, ଭୂପୃଷ୍ଠ ଗଠନ, ଜଳବାୟୁ ଏବଂ ପରିବେଶ ବିଷୟରେ ତଥ୍ୟ ସଂଗ୍ରହ  ଏହି ମିଶନର ଲକ୍ଷ   |

ଏହି ଚାଇନିଜ୍ ରକେଟକୁ  ସଫଳତାର ସହ ତିନିଥର ପରୀକ୍ଷଣ କରାଯାଇଥିଲା। ତେବେ ୨୦୧୧ରେ ଚୀନ୍ ମଙ୍ଗଳ ଗ୍ରହ ଅଭିଯାନ ଆରମ୍ଭ କରିଥିଲା, ଯେଉଁଥିରେ ଋଷର ସମର୍ଥନ ନେଇ ମଧ୍ୟ ମିଶନ୍ ବିଫଳ ହୋଇଥିଲା |

ସମ୍ବନ୍ଧିତ ଖବର