ବଢିବ ଚୀନର ସାମରିକ ଶକ୍ତି, ନିଜର ୨ୟ ବିମାନବାହୀ ଜାହାଜକୁ କାର୍ଯ୍ୟକ୍ଷମ କଲା

ବେଜିଂ : ଚୀନ ନିଜର ଦ୍ୱିତୀୟ ବିମାନବାହୀ ପୋତକୁ କାର୍ଯ୍ୟକ୍ଷମ କରିଛି । ଏହାର ନାଁ ରଖାଯାଇଛି ସାଙ୍ଗଡଙ୍ଗ୍‌ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ବିମାନବାହୀ ପୋତଟି ସଂପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ହୋଇଛି । ସାଙ୍ଗଡଙ୍ଗ୍‌ କାର୍ଯ୍ୟକ୍ଷମ ହେବା ପରେ ଚୀନ ନୌସେନାର ଶକ୍ତି ଆହୁରି ବୃଦ୍ଧି ପାଇବା ଆଶା କରାଯାଉଛି । ମଙ୍ଗଳବାରଦିନ ଦକ୍ଷିଣ ଚୀନର ହାଇନାନ ରାଜ୍ୟରେ ଥିବା ସାନ୍ୟା ବନ୍ଦରଠାରେ ଏହାର ଜଳାବତରଣ କରାଯାଇଛି । ଏହି ଅବସରରେ ଚୀନ ରାଷ୍ଟ୍ରପତି ସି ଜିନ ପିଂ ଉପସ୍ଥିତ ଥିଲେ । ଗତ ୨୦୧୭ରୁ ଏହାର ପରୀକ୍ଷଣ ଚାଲିଥିଲା । ଏହି ବିମାନବାହୀ ପୋତର ନିର୍ମାଣକାର୍ଯ୍ୟ ନଭେମ୍ବର ୨୦୧୩ରେ ଆରମ୍ଭ ହୋଇଥିଲା ଓ ଏପ୍ରିଲ ୨୦୧୭ରେ ଶେଷ ହୋଇ ଏହାର ପରୀକ୍ଷଣ ଆରମ୍ଭ କରାଯାଇଥିଲା ।

ବିମାନବାହୀ ପୋତ ବା ଏୟାରକ୍ରାଫ୍ଟ କ୍ୟାରିୟର ଆଧୁନିକ ଯୁଗରେ ଗୋଟିଏ ଦେଶର ସାମରିକ ଶକ୍ତିର ଏକ ବଡ଼ ସଂକେତ ଭାବେ ଗଣାଯାଉଛି । ଚୀନର ୨ଟି ବିମାନବାହୀ ପୋତ ଥିଲେ ମଧ୍ୟ ଆମେରିକାଠାରୁ ଏହା ଢେର ପଛରେ ରହିଛି । ଆମେରିକାର ପ୍ରାୟ ୨୪ଟି ବିମାନବାହୀ ପୋତ ରହିଛି । ଜାପାନର ୪ଟି ଓ ବ୍ରିଟେନର ୨ଟି ରହିଛି । ଭାରତର ଗୋଟିଏ ବିମାନବାହୀ ପୋତ ଏବେ କାର୍ଯ୍ୟକ୍ଷମ ରହିଥିବାବେଳେ ଆଉ ଏକ ଋଷିଆରେ ନିର୍ମାଣାଧୀନ ରହିଛି ।

ସମ୍ବନ୍ଧିତ ଖବର