ବେଜିଙ୍ଗ୍: ପୂର୍ବ ଲଦାଖ ଅନ୍ତର୍ଗତ ଗଲ୍ଓ୍ଵାନ୍ ଉପତ୍ୟକାରେ ଭାରତୀୟ ସୈନିକମାନଙ୍କ ସହ ତୁମୁଳ ସଂଘର୍ଷରେ ଚୀନ୍ ୪୫ଜଣ ସୈନିକ ହରାଇଥିବା କଥା ରୁଷୀୟ ସମ୍ବାଦ ସରବରାହ ସଂସ୍ଥା ‘ଟାସ୍’ ଦାବି କରିଛି। ଏହି ସଂଘର୍ଷରେ କେତେ ସୈନିକ ହରାଇଛି, ସେ ସଂକ୍ରାନ୍ତରେ ଚୀନ୍ ଏପର୍ଯ୍ୟନ୍ତ ନିରବ ରହିଛି।
‘ଚୀନ୍-ଭାରତ ସୀମା ସୈନିକ ଅପସାରଣ’ ସଂକ୍ରାନ୍ତ ଏକ ରିପୋର୍ଟରେ ‘ଟାସ୍’ କହିଛି ଯେ, ମେ ଏବଂ ଜୁନ୍ ୨୦୨୦ରେ ଏହି ଅଞ୍ଚଳରେ ଚୀନ୍ ଓ ଭାରତୀୟ ସୈନିକମାନଙ୍କ ମଧ୍ୟରେ ହୋଇଥିବା ସଂଘର୍ଷରେ ଭାରତର ଅନ୍ୟୂନ ୨୦ଜଣ ଏବଂ ଚୀନ୍ର ଅନ୍ୟୂନ ୪୫ଜଣ ସୈନିକଙ୍କର ମୃତ୍ୟୁ ଘଟିଛି।
/sambad/media/post_attachments/wp-content/uploads/2021/02/icc.jpg)
ଏହି ଘଟଣା ପରଠାରୁ ନୂଆଦିଲ୍ଲୀ ଏବଂ ବେଜିଙ୍ଗ୍ ସମ୍ପୃକ୍ତ ଅଞ୍ଚଳରେ ୫୦ ହଜାର ଲେଖାଏଁ ସୈନ୍ୟ ଠୁଳ କରିଥିଲେ ବୋଲି ‘ଟାସ୍’ କହିଛି। ପୂର୍ବ ରାଜିନାମା ଅନୁସାରେ, ଆଜି ଉଭୟ ଦେଶ ‘ପାଙ୍ଗୋଙ୍ଗ୍ ସୋ’ ନିକଟ ସୀମାରୁ ସୈନ୍ୟ ଅପସାରଣ ଆରମ୍ଭ କରିଥିବା ବେଳେ ‘ଟାସ୍’ ଏ କଥା ଉଲ୍ଲେଖ କରିଛି।
ଗତବର୍ଷ ମେ ମାସରୁ ଭାରତ ଓ ଚୀନ୍ ସୈନିକମାନଙ୍କ ମଧ୍ୟରେ ବିବାଦ ଚାଲିଥିଲେ ମଧ୍ୟ କରୋନାଭାଇରସ୍ ମହାମାରୀ ସମୟରେ ଦ୍ୱିପାକ୍ଷିକ ବାଣିଜ୍ୟ ପୂର୍ବଭଳି ଚାଲୁ ରହିଥିଲା।