ନୂଆଦିଲ୍ଳୀ: ଚୀନର ବୈଜ୍ଞାନିକମାନଙ୍କୁ ମିଳିଛି ଏକ ବିରାଟ ସଫଳତା। ଚୀନ ବୈଜ୍ଞାନିକମାନେ ଏକ କୃତ୍ରିମ ସୂର୍ଯ୍ୟ ନିର୍ମାଣ କରିବାରେ ସମର୍ଥ ହୋଇଛନ୍ତି। ଏହା ଆସନ୍ତାବର୍ଷ ଅର୍ଥାତ, ୨୦୨୦ରୁ ସଂଚାଳନ ହେବ ବୋଲି ସୂଚନା ରହିଛି।

Advertisment

ଚୀନର ବୈଜ୍ଞାନିକମାନେ ଏମିତି ଏକ କୃତ୍ରିମ ସୂର୍ଯ୍ୟର ନିର୍ମାଣ କରିଛନ୍ତି, ଯାହା ବାସ୍ତବ ସୂର୍ଯ୍ୟଙ୍କ ପରି ଆଲୋକିତ ହେବ । ପରମାଣୁ ଫ୍ୟୁଜନର ସହାୟତାରେ ୧୦ଗୁଣା ଅଧିକ ସ୍ୱଚ୍ଛ ସୌରଶକ୍ତି ସୃଷ୍ଟି କରିବାରେ ସକ୍ଷମ ହେବ । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ, ଏହା ୧୦ଟି ସୂର୍ଯ୍ୟଙ୍କ ସହ ସମାନ ।

publive-image

ଏହି କୃତ୍ରିମ ସୂର୍ଯ୍ୟର ନିର୍ମାଣ ଶେଷ ହେବାକୁ ଯାଉଥିବା ଏହାର ନାମକରଣ କରାଯାଇଛି ଏଚଏଲ୍-୨ଏମ୍ । ବୈଜ୍ଞାନିକଙ୍କ କହିବା ଅନୁଯାୟୀ, ଏହି କୃତ୍ରିମ ସୂର୍ଯ୍ୟ ସମ୍ପୂର୍ଣ୍ଣ ସକ୍ଷମ ହେବା ପରେ ବାସ୍ତବ ସୂର୍ଯ୍ୟଙ୍କ ତୁଳନାରେ ୧୩ ଗୁଣା ଅଧିକ ତାପମାନ ପର୍ଯ୍ୟନ୍ତ ପହଞ୍ଚିବାରେ ସକ୍ଷମ ହେବ, ଯାହାକି ପାଖାପାଖି ୨୦୦ ମିଲିୟନ୍ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ପହଞ୍ଚିବ । ଏହା ତେବେ ଆମେ ଦେଖୁଥିବା ସୂର୍ଯ୍ୟଙ୍କର ତାପମାନ ୧୫ ମିଲିୟନ୍ ଡିଗ୍ରୀ ସେଲସିୟସ ଅଟେ ।