ପୁଣେ: ଆଗାମୀ ବର୍ଷମାନଙ୍କରେ ଚୀନ୍ ଭାରତ ମହାସାଗର ଅଞ୍ଚଳରେ ତା’ର ବିମାନବାହୀ ଜାହାଜ ମୁତୟନ କରିବ ବୋଲି ‘ସଦର୍ଣ୍ଣ ନେଭାଲ୍ କମାଣ୍ଡ୍’ର ଫ୍ଲାଗ୍ ଅଫିସର୍ ତଥା ମୁଖ୍ୟ ଭାଇସ୍ ଆଡ୍ମିରାଲ୍ ଏ. କେ. ଚାଓ୍ଵଲା ରବିବାର ଦିନ କହିଛନ୍ତି।
‘ଇଣ୍ଡିଆନ୍ ମେରିଟାଇମ୍ ଫାଉଣ୍ଡେସନ୍’ର ୨୬ତମ ବାର୍ଷିକ ଉତ୍ସବରେ ‘ଚୀନ୍ର ସାମୁଦ୍ରିକ ରଣନୀତି’ ଉପରେ ବକ୍ତତା ଦେଇ ସେ ଏ କଥା କହିଛନ୍ତି।
ଚାଓ୍ଵଲା କହିଛନ୍ତି: ୧୯୮୫ ମସିହାରୁ ପିପୁଲ୍ସ୍ ଲିବେରେସନ୍ ଆର୍ମି (ଚୀନ୍ ସେନାବାହିନୀ) କେବେ କେମିତି ଭାରତ ମହାସାଗର ଅଞ୍ଚଳରେ ପଇଁତରା ମାରେ। ଜଳଦସ୍ୟୁ ପାଟ୍ରୋଲିଙ୍ଗ୍ ଆଳରେ ୨୦୦୮ ମସିହାରେ ଏହି ଜାହାଜ ପ୍ରଥମେ ସେଠାରେ ମୁତୟନ କରାଯାଇଥିଲା। ପରେ ସେହି ଜଳଦସ୍ୟୁ ପାଟ୍ରୋଲିଙ୍ଗ୍ ଉଦ୍ଦେଶ୍ୟରେ ଚୀନ୍ ସେଠାରେ ଆଣବିକ ବୁଡ଼ାଜାହାଜ ମୁତୟନ କଲା। ୨୦୧୨ରେ ଚୀନ୍ ସିଗ୍ନାଲ୍, ଇଣ୍ଟେଲିଜେନ୍ସ୍
/sambad/media/post_attachments/wp-content/uploads/2020/01/war-300x225.jpg)
ଏବଂ ସମୁଦ୍ରଶଯ୍ୟାର ମାନଚିତ୍ର ସଂଗ୍ରହ କରିବାକୁ ‘ଇଣ୍ଟେଲିଜେନ୍ସ୍ କଲେକ୍ସନ୍’ ଜାହାଜ ମୁତୟନ କଲା। ୨୦୧୩ରୁ ଚୀନ୍ ଏହି ଅଞ୍ଚଳରେ ପାରମ୍ପରିକ ଏବଂ ଆଣବିକ ବୁଡ଼ାଜାହାଜ ମୁତୟନ କରି ଆସୁଛି। ଭାରତ ମହାସାଗର ଅଞ୍ଚଳରେ ନିଜର କାର୍ଯ୍ୟଦକ୍ଷତା ବୃଦ୍ଧି ନିମନ୍ତେ ଚୀନ୍ ତା’ର ‘ସର୍ଫେସ୍ ଆକ୍ସନ୍ ଗ୍ରୁପ୍’କୁ ମଧ୍ୟ ଆଣି ସେଠାରେ ଅଭ୍ୟାସ କରାଇଛି। ଚୀନ୍ର ଏହି ସବୁ କାର୍ଯ୍ୟକଳାପକୁ ଲକ୍ଷ୍ୟ କଲେ ମନେହୁଏ ଆସନ୍ତା ବର୍ଷମାନଙ୍କରେ ଚୀନ୍ ଏହି ଅଞ୍ଚଳରେ ତା’ର ବିମାନବାହୀ ଜାହାଜ ମୁତୟନ କରିବ।
‘ଷ୍ଟ୍ରାଟେଜିକ୍ ବେସ୍’ ନିର୍ମାଣ କରିବାକୁ ଚୀନ୍ ଶ୍ରୀଲଙ୍କା ଏବଂ ପାକିସ୍ତାନ ଭଳି ଦେଶରେ ସାମୁଦ୍ରିକ ଏବଂ ଅଣସାମୁଦ୍ରିକ ପ୍ରକଳ୍ପ ବାବଦରେ ବିପୁଳ ଅର୍ଥ ବ୍ୟୟ କରୁଛି।