ଭାରତ ମହାସାଗରରେ ଚୀନ୍‌ ବିମାନବାହୀ ଜାହାଜ ମୁତୟନ କରିପାରେ: ଆମେରିକୀୟ ନୌସେନା କମାଣ୍ଡର୍‌

ନୂଆଦିଲ୍ଲୀ: ଯୁକ୍ତରାଷ୍ଟ୍ର ଆମେରିକାର ପ୍ରଶାନ୍ତ ମହାସାଗରୀୟ ଯୁଦ୍ଧପୋତ କମାଣ୍ଡର୍‌ ଆଡ୍‌ମିରାଲ୍‌ ଜନ୍‌ ଆକ୍ୱିଲିନୋ ମଙ୍ଗଳବାର ଦିନ କହିଛନ୍ତି ଯେ ବିବାଦୀୟ ଦକ୍ଷିଣ ଚୀନ୍‌ ସାଗରରେ ବେଜିଙ୍ଗ୍‌ର ଜବରଦସ୍ତିଆ ନୀତି ହ୍ରାସ ପାଉନାହିଁ, ବରଂ ଏହି ରଣନୀତି କ୍ଷେତ୍ରରେ ଅନ୍ୟ ଦେଶମାନଙ୍କୁ ଧମକ ଦେଉଛି।

ଭାରତ ଗସ୍ତରେ ଥିବା ଆକ୍ୱିଲିନୋ ନୌସେନା ମୁଖ୍ୟ ଆଡ୍‌ମିରାଲ୍‌ କରମବୀର ସିଂହ ଏବଂ ଅନ୍ୟ ବରିଷ୍ଠ ପ୍ରତିରକ୍ଷା କର୍ମଚାରୀମାନଙ୍କୁ ଭେଟିଛନ୍ତି। ସେ କହିଛନ୍ତି ଯେ ସିଂହ ଓ ସେ ଦୁଇ ନୌସେନା ମଧ୍ୟରେ ସହଯୋଗ ବୃଦ୍ଧି ଓ ସୂଚନା ଆଦାନପ୍ରଦାନ ଓ ଉତ୍ତମ ବୁଝାମଣା ସଂକ୍ରାନ୍ତରେ ଆଲୋଚନା କରିଛନ୍ତି।

Image Source: NewsNation

ସେ କହିଛନ୍ତି ସ୍ପାର୍ଟଲି ଦ୍ୱୀପ ଅକ୍ତିଆର ନିମନ୍ତେ ଦକ୍ଷିଣ ସାଗରରେ ଚୀନ୍‌ ଏବଂ ଅନ୍ୟ କେତେକ ଦେଶ ମଧ୍ୟରେ ବିବାଦ ଚାଲିଛି। ତାଇଓ୍ଵାନ୍‌, ଭିଏତ୍‌ନାମ, ଫିଲିପିନ୍ସ, ମାଲେସିଆ ଏବଂ ବ୍ରୁନେଇ ଆଦି ଦେଶ ମଧ୍ୟ ସେ ଦ୍ୱୀପ ଉପରେ ନିଜର ଦାବି ଜାହିର କରୁଛନ୍ତି।

ଭାରତ ମହାସାଗରରେ ଚୀନ୍‌ ବୁଡ଼ାଜାହାଜର ସଂଖ୍ୟ ବୃଦ୍ଧି ପାଇବା ପ୍ରସଙ୍ଗରେ ସେ କହିଲେ ଯେ ଆଗାମୀ ବର୍ଷଗୁଡ଼ିକରେ ତାହା ବୃଦ୍ଧି ପାଇ ପାରେ। ସେ ଆହୁରି କହିଛନ୍ତି ଯେ ଭାରତ ଓ ଯୁକ୍ତରାଷ୍ଟ୍ର ଆମେରିକା ଦୀର୍ଘ କାଳ ହେବ ବିମାନବାହୀ ଜାହାଜ ଚଳାଉଛନ୍ତି, କିନ୍ତୁ ତାହା ସକାରାତ୍ମକ ଦୃଷ୍ଟି କୋଣରୁ ଚାଲିଛି।

ଆସନ୍ତା ମାସରେ ଭାରତ ଓ ଯୁକ୍ତରାଷ୍ଟ୍ର ଆମେରିକା ସୈନିକମାନେ ଟ୍ରାଇ-ସର୍ଭିସ୍‌ ସମରାଭ୍ୟାସରେ ଅଂଶଗ୍ରହଣ କରିବେ।

ସମ୍ବନ୍ଧିତ ଖବର