ଭାରତ ବିରୁଦ୍ଧରେ ବିଶ୍ୱ ବାଣିଜ୍ୟ ସଂଗଠନରେ ଅଭିଯୋଗ କରିପାରେ ଚୀନ, କିନ୍ତୁ ନଇଁବନି ଭାରତ

ନୂଆଦିଲ୍ଲୀ : ନିଜର ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ (ଏଫଡିଆଇ) ନିୟମରେ ସଂଶୋଧନ ଆଣିଥିବାରୁ ଚୀନ ଭାରତ ବିରୁଦ୍ଧରେ ବିଶ୍ୱ ବାଣିଜ୍ୟ ସଂଗଠନ (ଡବ୍ଲୁଟିଓ)ରେ ଅଭିଯୋଗ କରିବାର ସମ୍ଭାବନା ରହିଛି । ତେବେ ଏଥିପାଇଁ ଭାରତ ପ୍ରସ୍ତୁତ ରହିଛି ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।
ସେ କହିଛନ୍ତି ଯେ ଏଥିରେ ସଂଦେହ ନାହିଁ ଯେ ଚୀନ ଭାରତ ବିରୁଦ୍ଧରେ ଡବ୍ଲୁଟିଓରେ ଅଭିଯୋଗ କରିବ । କିନ୍ତୁ ସଂଗଠନର ବିବାଦ ସମାଧାନ ବ୍ୟବସ୍ଥାକୁ ଆମେରିକା ଅଚଳ କରିଦେଇଥିବାରୁ ଏଥିରୁ ଭାରତ ପାଇଁ କୌଣସି ବିପଦ ନାହିଁ ।

ଭାରତୀୟ କମ୍ପାନିମାନଙ୍କୁ ଚୀନ କବଳରୁ ମୁକ୍ତ ରଖିବାକୁ ଭାରତ ସରକାର କିଛି ଦିନ ତଳେ ନିଜର ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ (ଏଫଡିଆଇ) ନିୟମରେ ସଂଶୋଧନ ଆଣିଥିଲେ । ଏହା ଫଳରେ ଭାରତର ପଡ଼ୋଶୀ ଦେଶମାନେ ସରକାରଙ୍କ ବିନା ଅନୁମତିରେ ଭାରତରେ ନିବେଶ କରିପାରିବେ ନାହିଁ । ତେବେ ଚୀନ ଏହାର ତୀବ୍ର ବିରୋଧ କରୁଛି । ଚୀନ ପକ୍ଷରୁ କୁହାଯାଇଛି ଯେ ଭାରତ ସରକାରଙ୍କ ଏହି ବାଛବିଚାର ମୂଳକ ପଦକ୍ଷେପ ବିଶ୍ୱ ବାଣିଜ୍ୟ ସଂଗଠନ (ଡବ୍ଲୁଟିଓ) ନିୟମର ବିରୋଧୀ । ଏହା ମଧ୍ୟ ଜଗତିକରଣ ଓ ଉଦାରିକରଣ ନୀତିର ବିରୁଦ୍ଧାଚରଣ କରୁଛି ।

ଭାରତ ପରି ଆଉ କେତେକ ଦେଶ ମଧ୍ୟ ନିଜର ବିଦେଶୀ ପୁଞ୍ଜି ନିବେଶ ନିୟମକୁ ବଦଳାଇବାକୁ ବିଚାର କରୁଛନ୍ତି ।

ସମ୍ବନ୍ଧିତ ଖବର