ଆମେରିକାର ଆଶଙ୍କା: ଚୀନ୍ କରିଛି ଭୂତଳ ଆଣବିକ ପରୀକ୍ଷା

ୱାସିଂଟନ : ସାରା ବିଶ୍ବ ସମ୍ପ୍ରତି କରୋନାରୁ ମୁକ୍ତି ପାଇଁ ଯୁଝି ହେଉଥିବା ବେଳେ ଚୀନ୍ ନିଜର ସାମରିକ ଶକ୍ତି ବଡ଼ାଇବା ପାଇଁ ଗୋପନରେ ଭୂତଳ ଆଣବିକ ପରୀକ୍ଷା କରିଥିବା ଆମେରିକା ଆଶଙ୍କା ବ୍ୟକ୍ତ କରିଛିା କୌଣସି ଦେଶ ଏପରି ପରୀକ୍ଷଣ ନ କରିବା ପାଇଁ ୧୯୯୬ ମସିହାରେ ସ୍ବାକ୍ଷରିତ ହୋଇଥିବା କବ୍ଧେହେନ୍ସିଭ୍ ଟେଷ୍ଟ୍ ବ୍ୟାନ୍ ଟ୍ରିଟି(ସିଟିବିଟି)ର ଉଲ୍ଲଂଘନ କରି ଚୀନ୍ ଚଳାଇଥିବା ଏପରି ଉଦ୍ୟମ ଆମେରିକା ସହ ସମ୍ପର୍କକୁ ଆହୁରି ତିକ୍ତ କରିବ ବୋଲି ଟ୍ରମ୍ପ୍ ପ୍ରଶାସନର ଜଣେ ମୁଖପାତ୍ର କହିଛନ୍ତିା ପୂର୍ବରୁ କରୋନା ସମ୍ପର୍କରେ ପ୍ରକୃତ ତଥ୍ୟ ପ୍ରକାଶ କରିବାରେ ଚୀନ୍ ଟାଳଟୁଳ ନୀତି ଅବଲମ୍ବନ କରିବାରୁ ଏହି ମହାମାରି ଏବେ ସାରା ବିଶ୍ବକୁ ଗ୍ରାସିଚାଲିଛି ଯେଉଁଥି ପାଇଁ ଆମେରିକା ମଧ୍ୟ ଚୀନ୍ ଉପରେ କ୍ଷୁବ୍ଧ ହୋଇ ରହିଛିା

ୱାଲ୍‌ଷ୍ଟ୍ରିଟ୍‌ ପତ୍ରିକାରେ ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଚୀନ୍ ତାହାର ଲୋପ୍ ନୁର୍ ଆଣବିକ ପରୀକ୍ଷଣସ୍ଥଳରେ ଗତ ବର୍ଷ ସାରା ଏପରି ଛୋଟ ଛୋଟ ଆଣବିକ ପରୀକ୍ଷା ଜାରି ରଖିଥିଲାା ତେବେ ଏ ସଂକ୍ରାନ୍ତ ଚୀନ୍‌ର ନିରବତା ହିଁ ଆମେରିକାକୁ ଅନ୍ୟଥା ଭାବିବାକୁ ବାଧ୍ୟ କରିଛିା ବିଶେଷ କରି କୌଣସି ଆଣବିକ ପରୀକ୍ଷଣର ସାମଗ୍ରିକ ତଥ୍ୟ ରଖୁଥିବା ଆନ୍ତର୍ଜାତିକସ୍ତରୀୟ ସଂସ୍ଥା ପାଖରେ ସ୍ବୟଂକ୍ରିୟ ଭାବେ ସେନ୍ସର ମାଧ୍ୟମରେ ପହୁଥିବା ତଥ୍ୟ ସବୁକୁ ଚୀନ୍ ଅବରୋଧ କରିଦେଇଛିା ତେଣୁ ଚୀନ୍‌ର ଏପରି ଗୋପନ ପରୀକ୍ଷଣ ଉଦ୍‌ବେଗର କାରଣ ହୋଇଛି ବୋଲି ଆମେରିକା କହିଛି। ଅପରପକ୍ଷେ, ଆମେରିକାର ଏଭଳି ଅଭିଯୋଗ ଭିତ୍ତିହୀନ ଏବଂ ଅମୂଳକ ବୋଲି ଚୀନ୍ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଜାଓ ଲିଜାନ୍ ସଫେଇ ଦେଇଛନ୍ତିା କୌଣସି ପ୍ରମାଣ ନଥାଇ ଆମେରିକା ଅଯଥାରେ ଏଭଳି ବିଭ୍ରାନ୍ତି ସୃଷ୍ଟି କରୁଛି ବୋଲି ଲିଜାନ୍ ପାଲଟା ଅଭିଯୋଗ କରିଛନ୍ତିା

ସମ୍ବନ୍ଧିତ ଖବର