ଗୋପନରେ ପରମାଣୁ ବୋମା ପରୀକ୍ଷା କରିଚାଲିଛି ଚୀନ : ଆମେରିକା

ଓ୍ୱାସିଂଟନ : ସମଗ୍ର ବିଶ୍ୱକୁ କରୋନା ମହାମାରୀ ମୁକାବିଲାରେ ବ୍ୟସ୍ତଥିବାବେଳେ ଚୀନ ଗୋପନରେ ନିଜର ସାମରିକ ଶକ୍ତି ବୃଦ୍ଧି କରିଚାଲିଛି । ଚୀନ ଗୋପନରେ ସ୍ପଳ୍ପ ବିସ୍ପୋରକ ଶକ୍ତି ବିଶିଷ୍ଟ କେତେକ ପରମାଣୁ ପରୀକ୍ଷା କରିଥିବା ଆମେରିକା ଜାଣିବାକୁ ପାଇଛି ।

ଆମେରିକାର ପରରାଷ୍ଟ୍ର ବିଭାଗର ଏକ ଗୋପନ ରିପୋର୍ଟରେ ଏ ସଂପର୍କରେ କୁହାଯାଇଛି । ଏହି ରିପୋର୍ଟରେ କୁହାଯାଇଛି ଯେ ଅନ୍ତର୍ଜାତୀୟ ନିୟମ ଅନୁସାରେ କୌଣସି ପ୍ରକାରର ପରିମାଣୁ ପରୀକ୍ଷାକୁ ନିଷିଦ୍ଧ କରାଯାଇଥିଲେ ମଧ୍ୟ ଚୀନ ଗୋପନରେ ଏହା ଜାରି ରଖିଛି । ୨୦୧୯ରେ ଚୀନର ଲୁପ ନୁର ପରୀକ୍ଷଣ କେନ୍ଦ୍ରରେ ଏପରି କେତେକ ଜିରୋ ୟେଲଡ ପରୀକ୍ଷଣ କରାଯାଇଥିବା ଏହି ରିପୋର୍ଟରେ କୁହାଯାଇଛି । ଜିରୋ ୟେଲଡ ପରୀକ୍ଷଣର ଅର୍ଥ ହେଉଛି ପରମାଣୁ ପରୀକ୍ଷଣ ବେଳେ ଅନିୟନ୍ତ୍ରିତ ଚେନ ରିଆକ୍ସନ ହେବ ନାହିଁ ।

ରିପୋର୍ଟରେ କୁହାଯାଇଛି ଯେ ବେଜିଂ ପରମାଣୁ ପରୀକ୍ଷା ନିଷେଧ ଚୁକ୍ତି (ସିଟିବିଟି)ରେ ସ୍ୱାକ୍ଷର କରିଥିଲେ ମଧ୍ୟ ଚୀନ ଏହାର ନିୟମାବଳୀକୁ ମାନୁନାହିଁ ଓ ଚୀନର ଗତିବିଧି ସଂଦିଗ୍ଧ ରହୁଛି । ଅନ୍ତର୍ଜାତୀୟ ପରମାଣୁ ଏଜେନ୍ସିର ଅଗୋଚରରେ ଚୀନ ନିଜର ପରମାଣୁ ପରୀକ୍ଷଣକୁ ଗୋପନ ରେ ଚଳାଇଛି ।
କରୋନା ଭାଇରସକୁ ନେଇ ଚୀନ ଓ ଆମେରିକା ମୁହାଁମୁହିଁ ହୋଇଥିବାବେଳେ ଏହି ପ୍ରସଙ୍ଗରେ ଦୁଇଦେଶ ମଧ୍ୟରେ ବିବାଦ ବଢିବାର ଆଶଙ୍କା ରହିଛି ।

ସମ୍ବନ୍ଧିତ ଖବର