ଭାରତର ଲିପୁଲେଖ ଘାଟି ଆରପଟେ ଚୀନ୍ ପୁଣି ସେନା ଠୁଳ କରୁଛି

ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ଲିପୁଲେଖ ଘାଟି ନିକଟରେ ଚୀନ୍ ‘ପିପୁଲ୍ସ୍‌ ଲିବରେସନ୍ ଆର୍ମି’ର ଏକ ବାଟାଲିୟନ୍ ସୈନ୍ୟ ଠୁଳ କରିଥିବା କଥା ବିଶେଷସୂତ୍ରରୁ ଜଣାପଡ଼ିଛି। ଗତ କେତେ ସପ୍ତାହ ହେବ ଚୀନ୍‌ର ସୈନିକମାନେ ଚଳାଚଳ କରୁଥିବା ଏ ସ୍ଥାନଟି ମଧ୍ୟ ବାସ୍ତବ ନିୟନ୍ତ୍ରଣ ରେଖା ଅନ୍ତର୍ଗତ ଅଞ୍ଚଳଟି ମଧ୍ୟରୁ ଗୋଟିଏ ।

ଏ ସଂକ୍ରାନ୍ତରେ ଜଣେ ଶୀର୍ଷସ୍ତରୀୟ ସାମରିକ କମାଣ୍ଡର୍ କହିଛନ୍ତି, ଲିପୁଲେଖ ଘାଟି, ଉତ୍ତର ସିକିମ୍ ଏବଂ ଅରୁଣାଚଳ ପ୍ରଦେଶର ଆରପାଖର କେତେକ ଅଂଶରେ ‘ପିପୁଲ୍ସ୍‌ ଲିବରେସନ୍ ଆର୍ମି’ର ସୈନିକମାନେ ସମବେତ ହୋଇଛନ୍ତି।

Image Courtesy of Janasatta

ପ୍ରାପ୍ତ ସୂଚନା ଅନୁସାରେ, ଲିପୁଲେଖ ଘାଟି ଅଞ୍ଚଳ ସୀମାନ୍ତ ଠାରୁ କିଛି ଦୂରରେ ଚୀନର ‘ପିପୁଲ୍ସ୍‌ ଲିବରେସନ୍ ଆର୍ମି’ ପ୍ରାୟ ୧୦୦୦ ସୈନ୍ୟ ଥିବା ବାଟାଲିୟନ୍ ଏକତ୍ର କରିଛି। ଏଥିରୁ ସୂଚନା ମିଳୁଛି ଯେ, ଚୀନ୍ ସୈନିକମାନେ ପ୍ରସ୍ତୁତ ଅଛନ୍ତି। ‘ପିପୁଲ୍ସ୍‌ ଲିବରେସନ୍ ଆର୍ମି’ର ସାମର୍ଥ୍ୟ ସହ ମୁକାବିଲା କରିଛି ଏବଂ ନେପାଳ ଉପରେ ମଧ୍ୟ ସତର୍କ ଦୃଷ୍ଟି ରଖିଛି। କାରଣ ନିକଟ ଅତୀତରେ ନେପାଳ ତା’ର ରାଜନୈତିକ ମାନଚିତ୍ର ସଂଶୋଧନ କରି କଳାପାଣି ଓ ଲିପୁଲେଖକୁ ନିଜ ଅଞ୍ଚଳ ଅନ୍ତର୍ଭୁକ୍ତ କରି ଭାରତ ସହ ବିବାଦ ସୃଷ୍ଟି କରିଥିଲା। ଏହି ଅଞ୍ଚଳ ଭାରତ-ଚୀନ୍-ନେପାଳ ସୀମାନ୍ତକୁ ଲାଗିଛି।

ମାନସରୋବର ଯାତ୍ରା ବାଟରେ ପଡୁଥିବା ଲିପୁଲେଖ ଘାଟିରେ ଜୁନ୍‌ରୁ ଅକ୍ଟୋବର ମାସ ମଧ୍ୟରେ ଭାରତ ଓ ଚୀନ୍ ମଧ୍ୟସ୍ଥ ବାସ୍ତବ ନିୟନ୍ତ୍ରଣ ରେଖାର ଉଭୟ ପାର୍ଶ୍ବରେ ବସବାସ କରୁଥିବା ଜନଜାତି ସମ୍ପ୍ରଦାୟଙ୍କର ବାର୍ଷିକ ପଣ୍ୟ ବିନିମୟ ବାଣିଜ୍ୟ ଚାଲେ।

ସମ୍ବନ୍ଧିତ ଖବର