ପାକିସ୍ତାନରେ ଚୀନ୍‌ ରାଷ୍ଟ୍ରଦୂତ ଅସୁରକ୍ଷିତ!

ମିଳିଛି ହତ୍ୟା ଧମକ, ଅଧିକ ସୁରକ୍ଷା ଦାବି

ଇସଲାମାବାଦ: ପାକିସ୍ତାନରେ ନବନିଯୁକ୍ତ ଚୀନ୍‌ ରାଷ୍ଟ୍ରଦୂତ ୟାଓ ଜିଂଙ୍କ ଜୀବନ ପ୍ରତି ବିପଦ ଥିବା ଚୀନ୍‌ ଆଶଙ୍କା କରୁଛି। ତେଣୁ ଇସଲାମାବାଦରେ ଅବସ୍ଥାପିତ ଜିଂଙ୍କ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରିବାକୁ ଚୀନ୍‌ ଦାବି କରିଛି।

ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ଏହା ପୂର୍ବରୁ ଆଫଗାନିସ୍ତାନରେ ଚୀନ୍‌ ରାଷ୍ଟ୍ରଦୂତ ଥିବା ଜିଂଙ୍କୁ ନିଷିଦ୍ଧ ଆତଙ୍କବାଦୀ ସଂଗଠନ ଇଷ୍ଟ ତୁର୍କିସ୍ତାନ ଇସଲାମିକ୍‌ ମୁଭ୍‌ମେଣ୍ଟ୍‌(ଏଟିମ୍‌) ପକ୍ଷରୁ ହତ୍ୟା ଧମକ ମିଳିଛି। ପାକିସ୍ତାନ ସୀମାନ୍ତ ଚୀନ୍‌ର ମୁସ୍‌ଲିମ୍‌ ବହୁଳ ଝିଜିଆଙ୍ଗ୍‌ ଅଞ୍ଚଳରେ ସକ୍ରିୟ ଥିବା ଏଟିମ୍‌ର କିଛି ଆତଙ୍କବାଦୀ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ପାକିସ୍ତାନକୁ ପଶି ଆସିଥିବା କୁହାଯାଉଛି। ତେବେ ଅବ୍‌ଦୁଲ୍‌ ଓ୍ଵାଲି ବୋଲି ଚିହ୍ନଟ ହୋଇଥିବା ଜଣେ ଏଟିମ୍‌ ଆତଙ୍କବାଦୀକୁ ତୁରନ୍ତ ଗିରଫ କରିବା ସହ ଜିଂଙ୍କ ସୁରକ୍ଷାରେ ସାମନ୍ୟ ଢିଲା ନକରିବାକୁ ଚୀନ୍‌ ପାକିସ୍ତାନକୁ ସତର୍କ କରାଇଦେଇଛି।

ସମ୍ବନ୍ଧିତ ଖବର