ୱାଶିଂଟନ: ଚୀନ ଉପରେ ସଦ୍ୟତମ ବାଣିଜ୍ୟ ଆକ୍ରମଣ ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କୁ ମିଳିଛି କଡ଼ା ଜବାବ। ଚୀନ୍ ଏବେ ୱାଶିଂଟନ୍ ମନମୁଖୀ କାମ କରୁଛି ବୋଲି ଅଭିଯୋଗ ଆଣିଛି। ଆମେରିକା ନଭେମ୍ବର ୧ ତାରିଖରୁ ସମସ୍ତ ଚୀନ୍ ଆମଦାନୀ ଉପରେ ୧୦୦% ଶୁଳ୍କ ଏବଂ ଗୁରୁତ୍ୱପୂର୍ଣ୍ଣ ଆମେରିକୀୟ ନିର୍ମିତ ସଫ୍ଟୱେର୍ ଉପରେ କଠୋର ରପ୍ତାନି ନିୟନ୍ତ୍ରଣ ଘୋଷଣା କରିବା ପରେ ଏପରି ମତ ରଖିଛି ଚୀନ୍।
ଚୀନ୍ ବାଣିଜ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏକ ବିବୃତିରେ କୁହାଯାଇଛି ଯେ ଆମେରିକାର ଏହି ପଦକ୍ଷେପଗୁଡ଼ିକ "ଚୀନ୍ର ସ୍ୱାର୍ଥକୁ ଗୁରୁତର ଭାବରେ କ୍ଷତି ପହଞ୍ଚାଏ" ଏବଂ "ଦ୍ୱିପାକ୍ଷିକ ଅର୍ଥନୈତିକ ଏବଂ ବାଣିଜ୍ୟ ଆଲୋଚନା ପାଇଁ ସ୍ଥିତିକୁ ଦୁର୍ବଳ କରେ।"
ମନ୍ତ୍ରଣାଳୟ ଆମେରିକାର ନିଷ୍ପତ୍ତିକୁ "ସ୍ବେଚ୍ଛାଚାରୀ ଦୋମୁହାଁ ନୀତି" ବୋଲି କହିଛି। ଆହୁରି ମଧ୍ୟ କହିଛି ଯେ ଚୀନ୍ "ଲଢ଼ିବାକୁ ଚାହୁଁନାହିଁ, କିନ୍ତୁ ଲଢ଼ିବାକୁ ଭୟ କରେ ନାହିଁ"। ଆବଶ୍ୟକ ହେଲେ ପ୍ରତିକାରମୂଳକ ପଦକ୍ଷେପ ନେବ।
ଉଲ୍ଲେଖଯୋଗ୍ୟ, ନଭେମ୍ବର ୧ ତାରିଖରୁ, ଆମେରିକା ଚୀନ ଉପରେ ୧୦୦% ଶୁଳ୍କ ଲାଗୁ କରିବ, ଯାହା ସେମାନେ ବର୍ତ୍ତମାନ ଲଗାଇଥିବା ଯେକୌଣସି ଶୁଳ୍କଠାରୁ ଅଧିକ। ଏହାସହିତ ସେ ଆମେରିକାରେ ନିର୍ମିତ ଗୁରୁତ୍ୱପୂର୍ଣ୍ଣ ସଫ୍ଟୱେର୍ ରପ୍ତାନି ଉପରେ ନିୟନ୍ତ୍ରଣ ମଧ୍ୟ ଘୋଷଣା କରିଛନ୍ତି।
ବିଶ୍ୱର ଦୁଇ ବୃହତ୍ତମ ଅର୍ଥନୀତି ମଧ୍ୟରେ ବାଣିଜ୍ୟ ଏବଂ ଭୂରାଜନୈତିକ ଉତ୍ତେଜନା ବୃଦ୍ଧି ପାଇଥିବା ସମୟରେ ଏହି ପଦକ୍ଷେପ ନିଆଯାଇଛି। ବିଶେଷଜ୍ଞମାନେ ବିଶ୍ୱାସ କରୁଛନ୍ତି ଯେ, ଯଦି ଏହି ନୀତି କାର୍ଯ୍ୟକାରୀ ହୁଏ, ତେବେ ଏହି ନୀତି ବିଶ୍ୱ ବଜାରକୁ ଗୁରୁତର ଭାବରେ ପ୍ରଭାବିତ କରିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/10/12/untitled-2025-10-12-11-45-42.jpg)