ନୂଆଦିଲ୍ଲୀ: ଭାରତ ଚୀନ୍ ସୀମା ପ୍ରସଙ୍ଗରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ସଂସଦର ଲୋକସଭାରେ ନିଜର ବକ୍ତବ୍ୟ ରଖିଛନ୍ତି। କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଙ୍ଗଳବାର ସଂସଦରେ ଲଦାଖରେ ଚୀନ୍ ସହ ସୀମା ବିବାଦ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ ଭାରତ ସହିତ ସୀମାର ପାରମ୍ପାରିକ ବୁଝାମଣାକୁ ଚୀନ୍ ସମ୍ମାନ ଦେଉନାହିଁ।
ସେ କହିଛନ୍ତି ଯେ ବୁଝାମଣା କେବଳ ଚୁକ୍ତିନାମା ଦ୍ୱାରା ବ୍ୟାଖ୍ୟା କରାଯାଇ ନାହିଁ, ବରଂ ଐତିହାସିକ ଭାବରେ ବଜାୟ ରହିଛି। ତେବେ ଚୀନ୍ ବିଶ୍ୱାସ କରେ ଯେ ସୀମା ନିର୍ଦ୍ଧିଷ୍ଟ ହୋଇନାହିଁ। ଏହି ଘଟଣା ପରିପ୍ରେକ୍ଷୀରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଚେତାବନୀ ଦେଇଛନ୍ତି ଯେ ଲାଇନ୍ ଅଫ୍ ଆକ୍ଚୁଆଲ କଣ୍ଟ୍ରୋଲ୍ (ଏଲଏସି) ଉପରେ କୌଣସି ଗମ୍ଭୀର ପରିସ୍ଥିତି ଦ୍ୱିପାକ୍ଷିକ ସମ୍ପର୍କକୁ ପ୍ରଭାବିତ କରିବ।
ଏହି ଅବସରରେ ଜୁନ୍ ୧୫ ରେ ଗାଲୱାନ୍ ସଂଘର୍ଷରେ ଚୀନ୍ ସେନାଙ୍କ ହୋଇଥିବା ସଂଘର୍ଷରେ ପ୍ରାଣ ହରାଇଥିବା ଭାରତୀୟ ସେନାର ୨୦ ଜଣଯବାନଙ୍କୁ ପ୍ରତିରକ୍ଷା ମନ୍ତ୍ରୀ ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।
ସୀମା ପ୍ରସଙ୍ଗକୁ ଏକ ଜଟିଳ ପ୍ରସଙ୍ଗ ବୋଲି ସିଂ ବର୍ଣ୍ଣନା କରିବା ସହ କହିଛନ୍ତି ଯେ ଶାନ୍ତିପୂର୍ଣ୍ଣ ଭାବରେ ଏହାର ସମାଧାନ ପାଇଁ ଉଭୟ ଦେଶ ସହମତ ହୋଇଛନ୍ତି। ସୀମାରେ ଶାନ୍ତି ଏବଂ ସ୍ଥରତା ବଜାୟ ରଖିବା ପାଇଁ ଉଭୟ ଦେଶ ମଧ୍ୟରେ ଅନେକ ଚୁକ୍ତି ଏବଂ ପ୍ରୋଟୋକଲ୍ ଅଛି ବୋଲି ସେ କହିଛନ୍ତି।
ଭାରତ-ଚୀନ୍ ସୀମା ବିବାଦ ପ୍ରସଙ୍ଗରେ ବିତର୍କ ପାଇଁ ବିରୋଧୀଦଳଙ୍କ ଦାବି ପୃଷ୍ଠଭୂମିରେ ପ୍ରତିରକ୍ଷା ମନ୍ତ୍ରୀଙ୍କ ଏହି ବିବୃତ୍ତିକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି।
ଭାରତ- ଚୀନ୍ ବିବାଦ: ସଂସଦରେ ପ୍ରତିରକ୍ଷା ମନ୍ତ୍ରୀ କହିଲେ, ସୀମାରେ ପାରମ୍ପାରିକ ବୁଝାମଣାକୁ ଚୀନ୍ ସମ୍ମାନ ଦେଉନାହିଁ
/sambad/media/post_attachments/wp-content/uploads/2020/09/Rajnath.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)