ଭାରତ ସହ ମିଶି ଚନ୍ଦ୍ର ଅଭିଯାନ ପାଇଁ ଚୀନର ପ୍ରସ୍ତାବ

ବେଜିଂ : ଭାରତର ଚନ୍ଦ୍ର ଅଭିଯାନ ‘ଚନ୍ଦ୍ରଯାନ-୨’କୁ ପ୍ରସଂଶା କରିଛି ଚୀନ । ଏହା ସହିତ ଭାରତ ସହ ମିଳିତ ଭାବରେ ଚନ୍ଦ୍ର ଓ ମହାକାଶର ଅନ୍ୟାନ୍ୟ କ୍ଷେତ୍ରରେ ଗବେଷଣା କରିବାକୁ ବେଜିଂ ପ୍ରସ୍ତାବ ଦେଇଛି ।
ଚୀନର ଗ୍ଲୋବାଲ ଟାଇମ୍ସରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ଚୀନର ଚନ୍ଦ୍ର ଅଭିଯାନ କାର୍ଯ୍ୟକ୍ରମର ମୁଖ୍ୟ ଉ’ େଓ୍ଵରେନ କହିଛନ୍ତି ଯେ ବିଳମ୍ବରେ ହେଲେ ମଧ୍ୟ ଭାରତର ଚନ୍ଦ୍ରଯାନର ଉତକ୍ଷେପଣ ସଫଳ ରହିଛି । ଚନ୍ଦ୍ରଯାନ-୨ ସଫଳତାର ସହ ଚନ୍ଦ୍ର ପୃଷ୍ଠରେ ଓହ୍ଲାଇବ ବୋଲି ସେ ଆଶା ପ୍ରକଟ କରିଛନ୍ତି ।
ଅନ୍ୟରପକ୍ଷରେ ଭାରତର ଚନ୍ଦ୍ର ଅଭିଯାନକୁ ସ୍ୱାଗତ ଜଣାଇ ଚୀନ ସରକାରଙ୍କ ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର ହୁଆ ଚୁଙ୍ଗଓ୍ଵିଙ୍ଗ କହିଛନ୍ତି ଯେ ଭବିଷ୍ୟତରେ ଚନ୍ଦ୍ର ସଂପର୍କରେ ଅଧିକ ଗବେଷଣା ପାଇଁ ଚୀନ ଭାରତ ଓ ଅନ୍ୟ ଦେଶମାନଙ୍କ ସହ ମିଶି କାର୍ଯ୍ୟ କରିବାକୁ ପ୍ରସ୍ତୁତ ଅଛି । ଚନ୍ଦ୍ର ଓ ମହାକାଶର ଅନ୍ୟାନ୍ୟ କ୍ଷେତ୍ରରେ ଆବିଷ୍କାର ପାଇଁ ସମଗ୍ର ମାନବ ସମାଜ ତରଫରୁ ମିଳିତ ଅଭିଯାନ ପାଇଁ ଚୀନ ପ୍ରସ୍ତୁତ ବୋଲି ସେ କହିଛନ୍ତି ।

ସମ୍ବନ୍ଧିତ ଖବର