ବେଜିଂ : ଗଲୱାନ ସଂଘର୍ଷ (୨୦୨୦) ପରେ ପ୍ରଥମ ଥର ପାଇଁ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କ ବହୁ ପ୍ରତୀକ୍ଷିତ ଚୀନ ଗସ୍ତ ପୂର୍ବରୁ, ଚୀନ ଦଲାଇ ଲାମାଙ୍କ ଉତ୍ତରାଧିକାରୀ ଚୟନ ପ୍ରସଙ୍ଗରେ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛି। ଚୀନ ଏହି ପ୍ରସଙ୍ଗକୁ ଭାରତ-ଚୀନ ସମ୍ପର୍କରେ 'କଣ୍ଟା' ବୋଲି କହିଛି। ଏହା ପୂର୍ବରୁ ଶନିବାର ଦଲାଇ ଲାମା ଅତ୍ୟନ୍ତ କଡ଼ା ସୁରକ୍ଷା ମଧ୍ୟରେ ଲେହ ବିମାନବନ୍ଦରରେ ପହଞ୍ଚିଥିଲେ।
ବେଜିଂରେ ଥିବା ଚୀନ୍ ଦୂତାବାସ ରବିବାର ଏକ ବିବୃତ୍ତି ଜାରି କରି କହିଛି ଯେ ଭାରତ 'ଜିଜାଙ୍ଗ' (ତିବ୍ଦତ) ସହ ଜଡିତ ସମ୍ବେଦନଶୀଳତାକୁ ଗମ୍ଭୀରତାର ସହିତ ବୁଝିବା ଉଚିତ। ଚୀନ୍ କହିଛି ଯେ ଦଲାଇଲାମାଙ୍କ ଉତ୍ତରାଧିକାରୀ ଏବଂ ପୁନର୍ଜନ୍ମ ବିଷୟ ଏକ 'ସମ୍ପୂର୍ଣ୍ଣ ଆଭ୍ୟନ୍ତରୀଣ ମାମଲା', ଯେଉଁଥିରେ କୌଣସି ବାହ୍ୟ ହସ୍ତକ୍ଷେପର ସ୍ଥାନ ନାହିଁ।
ବେଜିଂରେ ଥିବା ଚୀନ୍ ଦୂତାବାସ ରବିବାର ଏକ ବିବୃତ୍ତି ଜାରି କରି କହିଛି ଯେ ଭାରତ 'ଜିଜାଙ୍ଗ' (ତିବ୍ଦତ) ସହ ଜଡିତ ସମ୍ବେଦନଶୀଳତାକୁ ଗମ୍ଭୀରତାର ସହିତ ବୁଝିବା ଉଚିତ। ଚୀନ୍ କହିଛି ଯେ ଦଲାଇଲାମାଙ୍କ ଉତ୍ତରାଧିକାରୀ ଏବଂ ପୁନର୍ଜନ୍ମ ବିଷୟ ଏକ 'ସମ୍ପୂର୍ଣ୍ଣ ଆଭ୍ୟନ୍ତରୀଣ ମାମଲା', ଯେଉଁଥିରେ କୌଣସି ବାହ୍ୟ ହସ୍ତକ୍ଷେପର ସ୍ଥାନ ନାହିଁ। ଚୀନ୍ ଦୂତାବାସର ମୁଖପାତ୍ର ୟୁ ଜିଙ୍ଗ୍ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ ରେ ଲେଖିଛନ୍ତି, 'ଜିଜାଙ୍ଗ ସହ ଜଡିତ ପ୍ରସଙ୍ଗ ଭାରତ-ଚୀନ ସମ୍ପର୍କରେ ଏକ କଣ୍ଟା ପରି ଏବଂ ଏହା ଭାରତ ପାଇଁ ଏକ ବୋଝ ହୋଇପଡୁଛି। 'ଜିଜାଙ୍ଗ କାର୍ଡ' ଖେଳିବା ଭାରତ ପାଇଁ ଏକ ଆତ୍ମଘାତୀ ପଦକ୍ଷେପ ହେବ।'
ସେ ଲେଖିଛନ୍ତି ଯେ, ଭାରତର କେତେକ ସାମରିକ ଓ ଅନ୍ୟ ବିଶେଷଜ୍ଞ, କେତେକ ପୂର୍ବତନ ଅଧିକାରୀ ଭାରତ ସରକାରଙ୍କ ସରକାରଙ୍କ ଘୋଷିତ ନୀତି ବିରୋଧରେ ଯାଇ ଦଲାଇଲାମାଙ୍କ ଉତ୍ତରାଧିକାରୀଙ୍କ ସଂପର୍କରେ କେତେକ ଅନୁଚିତ ବୟାନ ଦେଇଛନ୍ତି । ବିଶେଷଜ୍ଞଭାବେ ସେମାନେ ବୁଝିବା ଆବଶ୍ୟକ ଯେ ଏହା ହେଉଛି ଚୀନର ଅନ୍ତରୀଣ ପ୍ରସଙ୍ଗ ଓ ଏଥିରେ କୌଣସି ବାହ୍ୟ ହସ୍ତକ୍ଷେପ ଗ୍ରହଣ କରାଯିବ ନାହିଁ ।