ବେଜିଂ : ନିକଟରେ ଭାରତୀୟ ସେନାର ଉପମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ରାହୁଲ ଆର. ସିଂହ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତିରେ କହିଥିଲେ ଯେ ଅପରେସନ୍ ସିନ୍ଦୂର ସମୟରେ ପାକିସ୍ତାନକୁ ଚୀନ୍ ଠାରୁ ସଂପୂର୍ଣ୍ଣ ସମର୍ଥନ ମିଳିଥିଲା। ସେ ଅଭିଯୋଗ କରିଥିଲେ ଯେ ଚୀନ୍ ଏହି ବିବାଦକୁ ଏକ "ଲାଇଭ୍ ଲ୍ୟାବ" ଭାବରେ ବ୍ୟବହାର କରିଥିଲା ଯେଉଁଥିରେ ସେ ଏହାର ଅନେକ ପ୍ରତିରକ୍ଷା ପ୍ରଣାଳୀର ପରୀକ୍ଷା କରିଥିଲା ଏବଂ ସାଟେଲାଇଟ୍ ରୁ ପାକିସ୍ତାନକୁ ଲାଇଭ୍ ଇନପୁଟ୍ ଦେଇଥିଲା। 

Advertisment

ଲେଫ୍ଟନାଣ୍ଟ ଜେନେରାଲ ସିଂହଙ୍କ ଏହି ବୟାନ କେବଳ ଭାରତ ନୁହେଁ, ସାରା ବିଶ୍ବରେ ଚର୍ଚ୍ଚାର କାରଣ ହୋଇଥିଲା । ଏବେ ଚୀନ ଏହା ଉପରେ ପ୍ରତିକ୍ରିୟା ରଖିଛି । ଚୀନ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ପାକିସ୍ତାନ ସହ ଚୀନର ବନ୍ଧୁତା କୌଣସି ତୃତୀୟ ଦେଶ ବିରୋଧରେ ନୁହେଁ।

ଚୀନ୍ ବୈଦେଶିକ ମନ୍ତ୍ରାଳୟକୁ ଯେତେବେଳେ ଏହି ପ୍ରସଙ୍ଗରେ ମତାମତ ଦେବାକୁ ପଚରାଯାଇଥିଲା, ମନ୍ତ୍ରାଳୟର ମୁଖପାତ୍ର ମାଓ ନିଙ୍ଗ୍ ଚୀନ୍-ପାକିସ୍ତାନ ପ୍ରତିରକ୍ଷା ସହଯୋଗକୁ "ସ୍ୱାଭାବିକ ଏବଂ କୌଣସି ତୃତୀୟ ପକ୍ଷ ବିରୁଦ୍ଧରେ ନୁହେଁ" ବୋଲି ବର୍ଣ୍ଣନା କରିଥିଲେ। ସେ କହିଥିଲେ ଯେ ଚୀନ ଓ ପାକିସ୍ତାନ ପାରମ୍ପରିକ ମିତ୍ର ରାଷ୍ଟ୍ର ଓ ସେମାନଙ୍କ ମଧ୍ୟରେ ପ୍ରତିରକ୍ଷା ସହଯୋଗ ଏକ ସ୍ବାଭାବିକ କଥା । ତେବେ ଉଭୟ ପାକିସ୍ତାନ ଓ ଭାରତ ଚୀନର ମହତ୍ବପୂର୍ଣ୍ଣ ପଡ଼ୋଶୀ ଓ ଏହି ଅଂଚଳରେ ଶାନ୍ତି ଓ ସ୍ଥିରତା ରକ୍ଷା ଦିଗରେ ଚୀନ କାମ କରୁଛି ବୋଲି ସେ କହିଥିଲେ ।