ବେଜିଂ : ଦଲାଇଲାମାଙ୍କ ଉତ୍ତରାଧିକାରୀ ଚୟନକୁ ନେଇ ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି ଭାରତରେ ଥିବା ପ୍ରବାସୀ ତିବ୍ବତୀୟ ସରକାର ଓ ଚୀନ । ତିବ୍ବତୀୟ ପରମ୍ପରା ଅନୁସାରେ ହିଁ ନୂଆ ଦଲାଇଲାମା ଚୟନ ହେବ ବୋଲି ବର୍ତ୍ତମାନର ଦଲାଇଲାମାଙ୍କ ଘୋଷଣା ପରେ କ୍ଷୁବଧ ହୋଇଛି ଚୀନ । ନୂଆ ଦଲଇଲାମା ଚୟନରେ ଚୀନ ସରକାରଙ୍କ ମଞ୍ଜୁରୀ ଜରୁରୀ ବୋଲି ଚୀନ କହିଛି ।
ଚୀନ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର କହିଛନ୍ତି ଯେ ଦଲାଇଲାମା, ପାଞ୍ଚେନ ଲାମା ଓ ଅନ୍ୟ ବୌଦ୍ଧ ନେତାଙ୍କ ପୁନର୍ଜନ୍ମ ପ୍ରକ୍ରିୟା ଗୋଲଡେନ ଅର୍ନ ଲଟେରି ଅନୁସାରେ କରାଯିବ ଓ ଏଥିରେ ଚୀନର କେନ୍ଦ୍ରୀୟ ସରକାରଙ୍କ ମଂଜୁରୀ ମଧ୍ୟ ଆବଶ୍ୟକ ।
ଚୀନ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର କହିଛନ୍ତି ଯେ ଦଲାଇଲାମା, ପାଞ୍ଚେନ ଲାମା ଓ ଅନ୍ୟ ବୌଦ୍ଧ ନେତାଙ୍କ ପୁନର୍ଜନ୍ମ ପ୍ରକ୍ରିୟା ଗୋଲଡେନ ଅର୍ନ ଲଟେରି ଅନୁସାରେ କରାଯିବ ଓ ଏଥିରେ ଚୀନର କେନ୍ଦ୍ରୀୟ ସରକାରଙ୍କ ମଂଜୁରୀ ମଧ୍ୟ ଆବଶ୍ୟକ ।
ଆଜି ଦଲାଇଲାମାଙ୍କ ପକ୍ଷରୁ ଏକ ବୟାନ ଜରି କରି କୁହାଯାଇଥିଲା ଯେ ଆଗକୁ ବି ଦଲାଇଲାମା ଅନୁଷ୍ଠାନ ଜାରି ରହିବ । ନୂଆ ଦଲାଇ ଲାମା ଚୟନ ପାଇଁ ସେ ତିବ୍ବତୀୟ ସଂଗଠନ ଗାଦେନ ଫୋଡରଙ୍ଗ ଟ୍ରଷ୍ଟକୁ ଦାୟିତ୍ବ ପ୍ରଦାନ କରିଛନ୍ତି । ସେ ମଧ୍ୟ ଏହା ସ୍ପଷ୍ଟ କରିଛନ୍ତି ଯେ ତିବ୍ବତୀୟ ଲୋକମାନଙ୍କ ଦ୍ବାରା ନୂଆ ଦଲାଇଲାମାଙ୍କ ଚୟନ ହେବ । ଏଥିରେ ଚୀନର କୌଣସି ଭୂମିକା ରହିବ ନାହିଁ । ବର୍ତ୍ତମାନର ଦଲାଇଲାମା ଅର୍ଥାତ୍ ୧୪ତମ ଦଲାଇଲାମାଙ୍କ ପକ୍ଷରୁ ଜାରି ବୟାନରେ କୁହାଯାଇଛି ଯେ ଦଲାଇଲାମା ଅନୁଷ୍ଠାନକୁ ଜାରି ରଖିବାକୁ ତିବ୍ବତୀୟ ଲୋକ, ମଙ୍ଗୋଲିଆ, ଚୀନ ଓ ସାରା ବିଶ୍ବରେ ଥିବା ବୌଦ୍ଧ ସଂପ୍ରଦାୟ ଦଲାଇଲାମାଙ୍କୁ ଅନୁରୋଧ କରିଥିଲେ ।