ବେଜିଙ୍ଗ୍‌: ବୈଶ୍ବିକ ମହାଶକ୍ତି ହେବା ଅନ୍ବେଷଣରେ କାନଡା ଓ ଆୟର୍ଲାଣ୍ଡ୍‌ ଭଳି ଦୁଇଟି ବିକଶିତ ରାଷ୍ଟ୍ର ସମତେ ଚୀନ୍‌ ସମଗ୍ର ବିଶ୍ବରେ ବେଆଇନ ଭାବେ ଥାନା ଖୋଲିଥିବାରୁ ମାନବ ଅଧିକାର ଅଭିଯାନକାରୀ ଚିନ୍ତା ପ୍ରକଟ କରିଥିବା କଥା ‘ଇନ୍‌ଭେଷ୍ଟିଗେଟିଭ୍‌ ଜର୍ଣ୍ଣାଲିଜିମ୍‌ ରିପୋର୍ଟିକା’ କହିଛି।

Advertisment

ଚୀନ୍‌ର ଶତ୍ରୁମାନଙ୍କୁ ବିରକ୍ତ କରିବା ଲାଗି କାନଡାର ‘ପବ୍ଲିକ୍‌ ସିକ୍ୟୁରିଟି ବ୍ୟୁରୋ’ ସହଯୋଗରେ ସମଗ୍ର କାନଡାରେ ଏଭଳି ଅନଔପଚାରିକ ଥାନା ଖୋଲାଯାଇଥିବା କଥା ‘ଇନ୍‌ଭେଷ୍ଟିଗେଟିଭ୍‌ ଜର୍ଣ୍ଣାଲିଜିମ୍‌ ରିପୋର୍ଟିକା’ ରିପୋର୍ଟ କରିଛି।

ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ‘ପବ୍ଲିକ୍‌ ସିକ୍ୟୁରିଟି ବ୍ୟୁରୋ’ ସହଯୋଗରେ ସମଗ୍ର କାନଡାରେ ଚୀନ୍‌ ଅନଔପଚାରିକ ଥାନା ସ୍ଥାପନ କରିଛି। କବେଳ ଗ୍ରେଟର୍‌ ଟରଣ୍ଟୋ ଅଞ୍ଚଳରେ ଏହି ଧରଣର ଅନ୍ୟୂନ ୩ଟି ଥାନା ଅଛି।

publive-image Image Courtesy of The Telegraph

ଏହାଛଡ଼ା, ଏହିସବୁ ବେଆଇନ ଥାନା ଜରିଆରେ ଚୀନ୍‌ ସରକାର ନିର୍ଦ୍ଦିଷ୍ଟ କେତେକ ଦେଶରେ ନିର୍ବାଚନକୁ ପ୍ରଭାବିତ କରୁଥିବା କଥା ‘ଇନ୍‌ଭେଷ୍ଟିଗେଟିଭ୍‌ ଜର୍ଣ୍ଣାଲିଜିମ୍‌ ରିପୋର୍ଟିକା’ କହିଛି।

ଫୁଝୌ ପୁଲିସ କହିଛି କି, ୨୧ ଦେଶରେ ଏଭଳି ୩୦ ଥାନା ଖୋଲା ସରିଲାଣି। ଚୀନା ଥାନା ନିମନ୍ତେ ୟୁକ୍ରେନ୍, ଫ୍ରାନ୍‌ସ୍‌, ସ୍ପେନ୍‌, ଜର୍ମାନି ଏବଂ ଇଂଲଣ୍ଡ୍‌ ଭଳି ଦେଶରେ ବ୍ୟବସ୍ଥା ହୋଇଛି।

ଏ ସଂକ୍ରାନ୍ତରେ ସ୍ପଷ୍ଟୀକରଣ ଦେଇ ଚୀନ୍‌ କହିଛି ଯେ, ଚରମପନ୍ଥୀ ମୁକାବିଲା କରିବା ଓ ଜୀବୀକା ଉନ୍ନକ କରିବା ନିମନ୍ତେ ଏହି ପ୍ରତିଷ୍ଠାନ ସବୁ ହେଉଛି ଧନ୍ଦାମୂଳକ ଦକ୍ଷତା ତାଲିମ କେନ୍ଦ୍ର ଭାବେ କାର୍ଯ୍ୟ କରୁଛି। ୨୦୧୯ ଶେଷ ଭାଗରେ ଚୀନ୍‌ ସରକାରୀ ଅଧିକାରୀମାନେ କହିଥିଲେ ଯେ, ଏହି ସବୁ କେନ୍ଦ୍ରରୁ ଅଧିକାଂଶ ଶିକ୍ଷାନବୀସ ସ୍ନାତକ ହାସଲ କରିଛନ୍ତି।