ନୂଆଦିଲ୍ଲୀ : ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅରୁଣାଚଳ ପ୍ରଦେଶ ଗସ୍ତକୁ ଚୀନ ବିରୋଧ କରିଛି । ଭାରତର ଏହି ରାଜ୍ୟକୁ ଚୀନ ସ୍ୱୀକାର କରେ ନାହିଁ ବୋଲି ବେଜିଂ କହିଛି ।
“ଭାରତର ଏହି ରାଜ୍ୟକୁ ଚୀନ ସ୍ୱୀକାର କରେ ନାହିଁ । ଏ ଅଞ୍ଚଳରେ ଭାରତର ଏସବୁ କାର୍ଯ୍ୟକଳାପକୁ ଆମେ ବିରୋଧ କରୁଛୁ । ଭାରତ ଚୀନ ସହିତ ଥିବା ସୀମା ବିବାଦକୁ ଆହୁରି ଜଟିଳ ନ କରୁ । ଏହି ଅଞ୍ଚଳରେ ଶାନ୍ତି ଓ ସଦ୍ଭାବ ରକ୍ଷା ଉପରେ ଗୁରୁତ୍ୱ ଦେଉ ବୋଲି ଚୀନର ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର ଗେଙ୍ଗ ସୁଆଙ୍ଗ କହିଛନ୍ତି ।
ମୈତ୍ରୀ ଦିବସ ଅବସରରେ ରାଜନାଥ ଗତ କାଲି ଅରୁଣାଚଳର ତଓ୍ଵାଙ୍ଗ ଗସ୍ତରେ ଯାଇଥିଲେ ।
ରାଜନାଥ ସିଂହ ଆଜି ବୁମଲା ଅଞ୍ଚଳର ଚୀନ ସୀମା ନିକଟବର୍ତ୍ତୀ ଫାରୱାର୍ଡ ପୋଷ୍ଟ ନିରୀକ୍ଷଣ କରିଛନ୍ତି। ଏହି ସମୟରେ ତାଙ୍କ ସହ ଭାରତୀୟ ସେନା ଓ ଇଣ୍ଡୋ ତିବତ ବର୍ଡର ପୁଲିସର ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ଏହି ଅବସରରେ ରାଜନାଥ ସିଂହ କହିଥିଲେ ଯେ, ନିୟନ୍ତ୍ରଣ ରେଖା ନିକଟରେ କୌଣସି ଅସୁବିଧା ନାହିଁ। ଭାରତୀୟ ସେନା ଏବଂ ଚୀନ ସେନା ନିଜ ମଧ୍ୟରେ ଆପୋଷ ବୁଝାମଣାରେ ସୀମାରେ କାମ କରୁଛନ୍ତି।
ରାଜନାଥ ସିଂଙ୍କ ଅରୁଣାଚଳ ପ୍ରଦେଶ ଗସ୍ତକୁ ଚୀନର ତୀବ୍ର ବିରୋଧ
/sambad/media/post_attachments/wp-content/uploads/2019/11/rajnath.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)