ବେଜିଂ: କରୋନା ପରେ ପୁଣି ଥରେ ଚୀନ୍‌ର ନୂଆ ଭାଇରସ୍ 'ହ୍ୟୁମାନ୍ ମେଟାପ୍ନୁମୋ' ବିଶ୍ୱକୁ ଭୟଭୀତ କରିବା ଆରମ୍ଭ କରିଛି। ଚାଇନାରେ ଏହି ଭୂତାଣୁ  ସଂକ୍ରମଣ ଯୋଗୁ ପରିସ୍ଥିତି ବିଗିଡିବା ଆରମ୍ଭ କରିଛି। ଦେଶରେ ହାହାକାର ସୃଷ୍ଟି ହୋଇଛି। ଉହାନରେ ସ୍କୁଲ ବନ୍ଦ ରହିଛି। ଚୀନ୍‌ରେ ଗତ ୧୦ ଦିନରେ ଏଚଏମପିଭି ମାମଲା ୫୨୯% ବୃଦ୍ଧି ପାଇଛି।

Advertisment

ପିଲାମାନଙ୍କ ମଧ୍ୟରେ ବଢୁଥିବା ମାମଲାକୁ ଦୃଷ୍ଟିରେ ସ୍କୁଲ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ଭୂତାଣୁ ଯୋଗୁ ଚୀନ୍‌ରେ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଆଣ୍ଟିଭାଇରାଲ୍ ଔଷଧର  ଅଭାବ ସୃଷ୍ଟି ହୋଇଛି। ଆଣ୍ଟିଭାଇରାଲ୍ ଔଷଧର କଳା ବଜାରୀ ଆରମ୍ଭ ହୋଇଛି।

ପରିସ୍ଥିତି ଏପରି ହୋଇଛି ଯେ, ଆଣ୍ଟିଭାଇରାଲ୍ ଔଷଧଗୁଡିକ  ୪୧ ଡଲାରରେ ବିକ୍ରି ହେଉଛି। ଭୂତାଣୁ ସଂକ୍ରମଣ ବୃଦ୍ଧି ଯୋଗୁ ଡବ୍ଲୁଏଚଓର ଚିନ୍ତା ବଢ଼ିବାରେ ଲାଗିଛି।ଡବ୍ଲୁଏଚଓ ପକ୍ଷରୁ ଚୀନ୍‌ଠାରୁ ଏଚଏମପିଭି ବିଷୟରେ ସମ୍ପୂର୍ଣ୍ଣ ସୂଚନା ମାଗିଛି। ଚୀନ୍ ଏପର୍ଯ୍ୟନ୍ତ ଏଚଏମପିଭି ମାମଲାର ତଥ୍ୟ ଲୁଚାଉଥିବା ଅଭିଯୋଗ ହୋଇଛି।

ଏହି ଭୂତାଣୁ ସମଗ୍ର ବିଶ୍ୱରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଭାରତ, ମାଲେସିଆ, ଜାପାନ, କାଜାଖସ୍ତାନରେ ମାମଲା ବୃଦ୍ଧି ପାଉଛି। ଏହି ସଂକ୍ରମଣ ବ୍ରିଟେନରେ ମଧ୍ୟ ବ୍ୟାପିଛି। ଚୀନ୍‌ର ଏହି ନୂତନ ଭୂତାଣୁ ଯୋଗୁ  ସ୍ପେନରେ ଆତଙ୍କ ଦେଖାଦେଇଛି। ସ୍ପେନର ଡାକ୍ତରଖାନା ବାହାରେ ରୋଗୀଙ୍କ ଲମ୍ବା ଧାଡି ଦେଖିବାକୁ ମିଳୁଛି। ସ୍ପେନର ଆଲିକାଣ୍ଟେରେ ୬୦୦ରୁ ଅଧିକ 'ଇନ୍‌ଫ୍ଲୁଏଞ୍ଜା ଏ'ର ମାମଲା ଚିହ୍ନଟ ହୋଇଛି।

ଅଧିକ ପଢ଼ନ୍ତୁ: ଟ୍ରମ୍ପଙ୍କ ଶପଥ ଗ୍ରହଣ ପୂର୍ବରୁ କିମ୍‌ଙ୍କ ଶକ୍ତି ପ୍ରଦର୍ଶନ: ହାଇପରସୋନିକ୍ କ୍ଷେପଣାସ୍ତ୍ର ପରୀକ୍ଷା କଲେ

ଭାରତର ୫ଟି ରାଜ୍ୟରେ ଏପର୍ଯ୍ୟନ୍ତ ୮ଟି ମାମଲା ଚିହ୍ନଟ ହୋଇଛି। ସେଥିମଧ୍ୟରୁ ମହାରାଷ୍ଟ୍ରରେ ୨ଟି ମାମଲା ଦେଖିବାକୁ ମିଳିଛି। ଏଠାରେ ଜଣେ ୧୩ ବର୍ଷର ବାଳିକା ଏବଂ ୭ ବର୍ଷର ବାଳକ ସଂକ୍ରମିତ ହୋଇଥିବା ଜଣାପଡିଛି। ଜ୍ୱର ପରେ ଉଭୟ ଶିଶୁ ଏହି ଭୂତାଣୁ ସଂକ୍ରମିତ ହୋଇଥିବା ଜଣାପଡିଛି। କର୍ଣ୍ଣାଟକ, ତାମିଲନାଡୁ, ଗୁଜରାଟ ଏବଂ ପଶ୍ଚିମବଙ୍ଗରେ ମଧ୍ୟ ମାମଲା ଦେଖିବାକୁ ମିଳିଛି। ଏହି ଭୂତାଣୁ ସମ୍ପର୍କରେ କେନ୍ଦ୍ର ସରକାର ସଚେତନ ଅଛନ୍ତି। ରାଜ୍ୟଗୁଡ଼ିକରେ ଏନେଇ ବୈଠକ ଜାରି ରହିଛି।

ଇନ୍‌ଫ୍ଲୁଏଞ୍ଜା ପରି ରୋଗ (ଆଇଏଲ୍ଆଇ) ଏବଂ ଶ୍ୱାସକ୍ରିୟାରେ ରୋଗ ଉପରେ ନଜର ରଖିବା ଏବଂ ଏଚଏମପିଭି ରୋକିବା ବିଷୟରେ ସଚେତନତା ସୃଷ୍ଟି କରିବାକୁ କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ପରାମର୍ଶ ଦେଇଛନ୍ତି। ସୋମବାର କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ପୁଣ୍ୟ ସଲିଲା ଶ୍ରୀବାସ୍ତବ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ସହ ଏକ ଡିଜିଟାଲ୍ ବୈଠକ କରିଛନ୍ତି।

ଅଧିକ ପଢ଼ନ୍ତୁ: ଚାଷୀଙ୍କୁ ଆଗାମୀ ୫ଦିନ ଭିତରେ କ୍ଷତିପୂରଣ ମିଳିବ: ରାଜସ୍ବ ମନ୍ତ୍ରୀ