ନୂଆଦିଲ୍ଲୀ, ପାକ୍ ଅଧିକୃତ କଶ୍ମୀର ଦେଇ ଚୀନ୍-ପାକିସ୍ତାନ ବସ୍ସେବା ଆରମ୍ଭ କରିବାକୁ ଯୋଜନା କରିଥିବାରୁ ଭାରତ ଏହାର ଜୋର୍ଦାର ବିରୋଧ କରିଛି। ପାକ୍ ଅଧିକୃତ କଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ ହୋଇଥିବାରୁ ଉଭୟ ରାଷ୍ଟ୍ର ଏଥିରୁ ଦୂରେଇ ରହିବା ଉଚିତ ବୋଲି ଆଜି ବିଦେଶ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଭାରତର ସାର୍ବଭୌମତ୍ବର ଏହା ଏକ ଉଲ୍ଲଂଘନ ଏବଂ ଏଭଳି ବସ୍ ସେବାକୁ କଦାପି ଗ୍ରହଣ କରାଯିବ ନାହିଁ ବୋଲି ଭାରତ ଆଜି ଚୀନ୍ ଏବଂ ପାକିସ୍ତାନକୁ ଚେତାଇ ଦେଇଛି। ପାକିସ୍ତାନ ଏବଂ ଚୀନ୍ ମଧ୍ୟରେ କୌଣସି ସୀମା ନଥିବା ବେଳେ ପାକ୍ ଅଧିକୃତ କଶ୍ମୀରର ଗିଲ୍ଗିଟ୍ ଦେଇ ପାକିସ୍ତାନ ସଂଯୋଗ ସ୍ଥାପନ କରୁଛି। ଏହା ଅନ୍ତର୍ଜାତୀୟ ଆଇନର ଉଲ୍ଲଂଘନ ବୋଲି ଭାରତ ଦର୍ଶାଇଛି। ଚୀନ୍-ପାକିସ୍ତାନ ଆର୍ଥିକ କରିଡରକୁ ଅନ୍ତର୍ଜାତୀୟ ଫୋରମ୍ରେ ଭାରତ ବିରୋଧ ଜାରି ରଖିଥିବାରୁ ଏବେ ଜନସଂପର୍କ ବୃଦ୍ଧି ଆଳରେ ଚୀନ୍-ପାକ୍ ବସ୍ସେବା ପାଇଁ ପ୍ରସ୍ତୁତି ଚାଲିଛି। ଏ ନେଇ ବିବାଦ ବଢ଼ୁଥିବାରୁ ଆଜି ଚୀନ୍ ଏ ସଂପର୍କରେ ସଫେଇ ଦେଇ କହିଛି ଯେ ବସ୍ ସେବା କେବଳ ପାକିସ୍ତାନ ସହିତ ଯୋଗାଯୋଗ ସଂପର୍କ ବୃଦ୍ଧି ପାଇଁ ଉଦ୍ଦିଷ୍ଟ। ଏଭଳି କାର୍ଯ୍ୟକ୍ରମ ଚୀନ୍ର କଶ୍ମୀର ନୀତିରେ କୌଣସି ପରିବର୍ତ୍ତନ ଆଣିବ ନାହିଁ ବୋଲି ଚୀନ୍ ବିଦେଶ ମନ୍ତ୍ରାଳୟ ମୁଖପାତ୍ର କହିଛନ୍ତି। ଚୀନ୍ ରାଷ୍ଟ୍ରପତି ଜି ଜିନ୍ପିଙ୍ଗ କହିଛନ୍ତି ଯେ ସିପିଇସି କାର୍ଯ୍ୟକ୍ରମ ଯଥାରୀତି ଜାରି ରହିବ ଏବଂ କୌଣସି ତୃତୀୟ ପକ୍ଷକୁ ଆମେ ଟାର୍ଗେଟ୍ କରିବା ପ୍ରଶ୍ନ ଉଠୁନାହିଁ। ଭାରତକୁ ଟାର୍ଗେଟ କରି ଚୀନ୍ ଏଭଳି ନିଷ୍ପତ୍ତି ନେଇନାହିଁ ବୋଲି ସଫେଇ ଦେଇଥିଲେ ମଧ୍ୟ ଏହି ବସ୍ସେବା ଆଗକୁ ଉତ୍ତେଜନା ବଢ଼ାଇବ ବୋଲି ଆଶଙ୍କା ରହିଛି । ଭାରତ ବିରୋଧରେ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ପାକିସ୍ତାନ ପିଓକେକୁ ବ୍ୟବହାର କରି ଆସୁଛି।
ପିଓକେ ଦେଇ ଚୀନ୍-ପାକ୍ ବସ୍ସେବା, ଭାରତର ଜୋର୍ଦାର ବିରୋଧ
କଶ୍ମୀର ନୀତି ବଦଳିବ ନାହିଁ: ଚୀନ୍
/sambad/media/post_attachments/wp-content/uploads/2018/11/4389cb5e-10c1-4340-b9bf-e3b097037cef_3653349_835x547-m-1.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)