ବେଜିଙ୍ଗ୍: ପାଞ୍ଚ ବର୍ଷରେ ଥରେ ସପ୍ତାହେ ବ୍ୟାପୀ ଚାଲୁଥିବା ପାର୍ଟି ମହାସଭାରେ ଚୀନ୍ କମ୍ୟୁନିଷ୍ଟ୍ ପାର୍ଟିର ଜଣେ ବରିଷ୍ଠ ନେତା ପାକିସ୍ତାନକୁ ଚୀନ୍ର ‘ଲୌହ ଆବୃତ ବନ୍ଧୁ’ ବୋଲି କହି ପ୍ରଶଂସା କରିଛନ୍ତି।
‘‘ପାକିସ୍ତାନ ଆମର ଲୌହ ଆବୃତ ବନ୍ଧୁ। ଆମ ଦୁଇ ଦେଶର ଗଭୀର ବନ୍ଧୁତ୍ୱ ମହୁ ପରି ମଧୁର ଏବଂ ଲୁହା ପରି କଠିନ’’ ବୋଲି ବରିଷ୍ଠ ସିପିସି ଅଧିକାରୀ ତଥା ସିପିସି ଅଭ୍ୟନ୍ତର ବିଭାଗର ଜଣେ ଉପମନ୍ତ୍ରୀ ଗୁଓ ୟେଝୌ ସାମ୍ବାଦିକମାନଙ୍କୁ ମହାସଭା ଅବକାଶରେ ଆୟୋଜିତ ଏକ ସମ୍ବାଦିକ ମମ୍ମିଳନୀରେ କହିଛନ୍ତି।
/sambad/media/post_attachments/wp-content/uploads/2017/10/China-Pakistan-300x192.jpg)
୧୮-୨୪ ଅକ୍ଟୋବର ଯାଏଁ ଚାଲିଥିବା ମହାସଭାରେ ରାଷ୍ଟ୍ରପତି ଜି’ ଜିନ୍ପିଙ୍ଗ୍ଙ୍କ ଦ୍ୱିତୀୟ ପଞ୍ଚବାର୍ଷିକ ପାଳି ନିମନ୍ତେ ସିପିସି ନିଜର ନୂଆ ନେତା ଚୟନ କରିବ।
ସାମ୍ବାଦିକ ସମ୍ମିଳନୀରେ ପାକିସ୍ତାନୀ ଗଣମାଧ୍ୟମର ଜଣେ ସାମ୍ବାଦିକଙ୍କୁ ଉତ୍ତର ଦେଇ ଗୁଓ ଏ କଥା କହିଛନ୍ତି। ଉତ୍ତର କୋରିଆ ଏବଂ ଜାପାନ ସହ ସମ୍ପର୍କ ସମ୍ବନ୍ଧରେ ମଧ୍ୟ ଗୁଓ କହିଥିଲେ।
/sambad/media/post_attachments/wp-content/uploads/2017/10/pakistan-china-friendship-05169e91b2b4b303a8877f8582a9e8b4-300x169.jpg)
Image Courtesy of Daily Times
ଚୀନ୍ର ନିରାପତ୍ତା ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇ ଥିବାରୁ ଦଳ ପରବର୍ତ୍ତୀ ପାଞ୍ଚ ବର୍ଷ ସକାଶ ପଡ଼ୋଶୀ ଦେଶଗୁଡ଼ିକ ଉପରେ ଧ୍ୟାନ ଦେବ। ଜି’ଙ୍କ ପ୍ରଥମ ପାଳି ୨୦୧୨ରେ ମଧ୍ୟ ଏହି ପ୍ରସଙ୍ଗ ଉପରେ ଗୁରୁତ୍ୱ ଦିଆ ଯାଇଥିଲା। ଏଥିପାଇଁ ଦଳ ପଡ଼ୋଶୀମାନଙ୍କ ସହ ଏକ ସ୍ୱତନ୍ତ୍ର କାର୍ଯ୍ୟ ସମ୍ମିଳନୀ ଆୟୋଜିତ କରିଥିଲା।
ଚୀନ୍ର ଅନେକ ପଡ଼ୋଶୀ ଅଛନ୍ତି। ଆମର ପ୍ରାୟ ୧୪ଟି ସ୍ଥଳଭାଗୀୟ ପଡ଼ୋଶୀ ଏବଂ ଅନ୍ୟ କେତେକ ସମୁଦ୍ରିକ ପଡ଼ୋଶୀ ଅଛନ୍ତି। ଏକ ଉତ୍ତମ ପଡ଼ୋଶୀପଣିଆ ବିନା ଆମେ ଦେଶ ନିମନ୍ତେ ନିରାପତ୍ତା ରକ୍ଷା କରିପାରିବୁ ନାହିଁ ବୋଲି ସେ କହିଛନ୍ତି।
/sambad/media/post_attachments/wp-content/uploads/2017/10/pakistan-china_759-300x167.jpg)
ତାହା ଉଭୟ ସରକାର ଏବଂ ଦଳ ଠାରୁ ଆବଶ୍ୟକ କରେ। ପଡ଼ୋଶୀ କୂଟନୀତି ଉପରେ ସ୍ୱତନ୍ତ୍ର ଧ୍ୟାନ ଦେବା ଆବଶ୍ୟକ। ୨୦୧୨ରେ ଅନୁଷ୍ଠିତ ଦଳର ମହାସଭା ଠାରୁ କେନ୍ଦ୍ରୀୟ କମିଟି ପଡ଼ୋଶୀ କୂଟନୀତି ଉପରେ ସ୍ୱତନ୍ତ୍ର ଧ୍ୟାନ ଦେଇ ଆସୁଛି।
ଦରିଆପାରି ରାଜନୈତିକ ଦଳଗୁଡ଼ିକ ସହ ସମ୍ପର୍କ ଗଢ଼ିବାରେ ସିପିସିର ଅଭ୍ୟନ୍ତରିଣ ବିଭାଗ ମୁଖ୍ୟ ଭୂମିକା ଗ୍ରହଣ କରୁଛି। ବୈଦେଶିକ ମନ୍ତ୍ରାଳୟ ଦ୍ୱାରା ପରିଚାଳିତ ଚୀନ୍ର ବୈଦେଶିକ ନୀତିର ପ୍ରାଥମିକତା ପ୍ରସ୍ତୁତି କରିବାରେ ମଧ୍ୟ ସିପିସିର ଅଭ୍ୟନ୍ତରିଣ ବିଭଗର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଚୀନ୍ର ଅଧିକାଂଶ ମୁଖ୍ୟ ଦରିଆପାରି ଦୂତାବାସରେ ମଧ୍ୟ ସିପିସି ଆଇଡିର ପ୍ରତିନିଧିମାନେ ଅଛନ୍ତି।
ଗୁଓ ଜୋର୍ ଦେଇ କହିଥିଲେ ଯେ ଦଳ ବୁଝାମଣା ଏବଂ ସହଯୋଗ ନିମନ୍ତେ ବିବିଧ ପ୍ଲାଟ୍ଫର୍ମ ପ୍ରତିଷ୍ଠା କରିଛି।
/sambad/media/post_attachments/wp-content/uploads/2017/10/2067-300x205.jpg)
ଭାରତସ ସମେତ, ନିକଟ ଅତୀତ ବର୍ଷଗୁଡ଼ିକରେ ବିଭାଗ ଏହାର କାର୍ଯ୍ୟକଳାପ ପ୍ରଶସ୍ତ କରୁଛି। ଭାରତୀୟ କମ୍ୟୁନିଷ୍ଟ୍ ପାର୍ଟିଗୁଡ଼ିକ ସହ ଏହାର ପାରମ୍ପରିକ ସମ୍ବନ୍ଧ ଛଡ଼ା ସିପିସି ଆଇଡି ନିକଟ ଅତୀତ ବର୍ଷଗୁଡ଼ିକରେ ବିଶେଷକରି ବିଜେପି ସହ ଆଦାନ ପ୍ରଦାନ ଚଳାଇ ଦଳର ପ୍ରତିନିଧି ଏବଂ କେତେକ ବିଜେପି ମୁଖ୍ୟମନ୍ତ୍ରୀଙ୍କୁ ଚୀନ୍ ନିମନ୍ତ୍ରଣ କରିଛି। ୨୦୧୫ରେ ଆଇଡିର ମନ୍ତ୍ରୀ ଓ୍ଵାଙ୍ଗ୍ ଜିଅରୁଇ ବିଜେପି ଅଧ୍ୟକ୍ଷ ଅମିତ ଶାହାଙ୍କୁ ଦିଲ୍ଲୀରେ ଭେଟି ତାଙ୍କୁ ଚୀନ୍ ଗସ୍ତରେ ଆସିବାକୁ ଆମନ୍ତ୍ରଣ କରିଥିଲେ।