ୟୁଏନ୍‌ଏଚ୍‌ଆର୍‌ସିକୁ ଚୀନ୍‌, ପାକିସ୍ତାନ ପୁଣି ନିର୍ବାଚିତ

ବିଶ୍ବବ୍ୟାପୀ ମାନବାଧିକାର ସଂଗଠନଗୁଡ଼ିକର ଉଦ୍‌ବେଗ

ନୂଆଦିଲ୍ଲୀ: ଚୀନ୍‌ ଏବଂ ପାକିସ୍ତାନ ପୁଣି ଜାତିସଂଘ ମାନବାଧିକାର ପରିଷଦ (ୟୁଏନ୍‌ଏଚ୍‌ଆର୍‌ସି)କୁ ମନୋନୀତ ହୋଇଛନ୍ତି। ଏହାକୁ ନେଇ ବିଶ୍ବବ୍ୟାପୀ ମାନବାଧିକାର ସଂଗଠନଗୁଡ଼ିକ ଉଦ୍‌ବେଗ ପ୍ରକାଶ କରିବା ସହ ଏହାକୁ ‘କଳା ଦିନ’ ଭାବେ ଅଭିହିତ କରିଛନ୍ତି। ଚୀନ୍‌ କମ୍‌ ଭୋଟରେ ୟୁଏନ୍‌ଏଚ୍‌ଆର୍‌ସିକୁ ନିର୍ବାଚିତ ହୋଇଥିବା ବେଳେ ପାକିସ୍ତାନ ଏସିୟ ପ୍ରଶାନ୍ତ କ୍ଷେତ୍ରରେ ଅଧିକ ଭୋଟ୍‌ ପାଇଁ ନିର୍ବାଚିତ ହୋଇଛି। ଚୀନ୍‌, ପାକିସ୍ତାନ ଭଳି ରାଷ୍ଟ୍ର ମାନବାଧିକାର ପରିଷଦକୁ ନିର୍ବାଚିତ ହେଉଥିବାରୁ ଆମେ ଦୁଇ ବର୍ଷ ତଳୁ ଏଥିରୁ ନିଜକୁ ପ୍ରତ୍ୟାହାର କରିନେବା ଉଚିତ ନିଷ୍ପତ୍ତି ଥିଲା ବୋଲି ଆମେରିକା କହିଛି । ମାନବାଧିକାରକୁ ଆଦୌ ସମ୍ମାନ ଦେଉନଥିବା ରାଷ୍ଟ୍ର ବିଶ୍ବ ପାଇଁ ବିପଦ ବୋଲି ଆମେରିକା ବିଦେଶ ସଚିବ ମାଇକ୍‌ ପୋମ୍ପିଓ କହିଛନ୍ତି।

ସମ୍ବନ୍ଧିତ ଖବର