ଚୀନ ଓ ପାକିସ୍ତାନ ମନଇଚ୍ଛା ବଢାଉଛନ୍ତି ପରମାଣୁ ଅସ୍ତ୍ର, ଭାରତକୁ ନାହିଁ ଚିନ୍ତା, କାରଣ କ’ଣ ଜାଣନ୍ତୁ

ନୂଆଦିଲ୍ଲୀ: ଚୀନ୍ ଏବଂ ପାକିସ୍ଥାନ ଲଗାତାର ପରମାଣୁ ଅସ୍ତ୍ରଶସ୍ତ୍ର ବୃଦ୍ଧି କରୁଛନ୍ତି। ଷ୍ଟକହୋମ ଆନ୍ତର୍ଜାତୀୟ ଶାନ୍ତି ଅନୁସନ୍ଧାନ ପ୍ରତିଷ୍ଠାନ (SIPRI) ରିପୋର୍ଟ ଅନୁଯାୟୀ ଚଳିତ ବର୍ଷ ଜାନୁୟାରୀ ସୁଦ୍ଧା ଚାଇନାରେ ୩୫୦ଟି ପରମାଣୁ ଅସ୍ତ୍ର, ପାକିସ୍ତାନରେ ୧୬୫ଟି ପରମାଣୁ ଅସ୍ତ୍ର ଏବଂ ଭାରତରେ ୧୫୬ ଟି ପରମାଣୁ ଅସ୍ତ୍ର ରହିଛି। ସୀପରିର ଆକଳନ ଅନୁଯାୟୀ, ଋଷିଆ ଏବଂ ଆମେରିକାର ଆନୁମାନିକ ୧୩,୦୮୦ ପରମାଣୁ ଅସ୍ତ୍ରର ୯୦ ପ୍ରତିଶତରୁ ଅଧିକ ରହିଛି। ତେବେ ଚୀନ୍ ଏବଂ ପାକିସ୍ତାନର ପରମାଣୁ ଅସ୍ତ୍ର ବୃଦ୍ଧି ପରେ ବି ଭାରତକୁ କୌଣସି ଫରକ ପଡିବ ନାହିଁ |

ଭାରତୀୟ ଅଧିକାରୀଙ୍କ କହିବା ଅନୁଯାୟୀ ପରମାଣୁ ଅସ୍ତ୍ର ସଂଖ୍ୟା ଅପେକ୍ଷା ଏହାର ଡେଲିଭରି ବ୍ୟବସ୍ଥା ଅଧିକ ଗୁରୁତ୍ୱପୂର୍ଣ୍ଣ। ସୂଚନା ଥାଉ କି ଯେ ଭାରତର ସୈନ୍ୟବାହିନୀ ଖୁବ ଶୀଘ୍ର ୫୦୦୦ କିଲୋମିଟର ଦୂରତା ସମ୍ପନ୍ନ ଅଗ୍ନି-ଭି ଇଣ୍ଟରକଣ୍ଟିନେଣ୍ଟାଲ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ପାଇବାକୁ ଯାଉଛନ୍ତି, ଯାହା ଚୀନ୍ ଏବଂ ପାକିସ୍ଥାନକୁ ସମ୍ପୂର୍ଣ୍ଣ ରୂପେ ଟାର୍ଗେଟ କରିପାରିବ |

ସୋମବାର ସୀପରିର ଅଧ୍ୟୟନରେ କୁହାଯାଇଛି ଯେ ଗତ ବର୍ଷ ଜାନୁୟାରୀ ପର୍ଯ୍ୟନ୍ତ ଚୀନରେ ୩୨୦ ପରମାଣୁ ଅସ୍ତ୍ର ଥିଲା, ପାକିସ୍ତାନରେ ୧୬୦ ଏବଂ ଭାରତରେ ୧୫୦ଟି ପରମାଣୁ ଅସ୍ତ୍ର ଥିଲା। ଦୁନିଆର କେବଳ ନଅଟି ଦେଶ, ଆମେରିକା,ଋଷିଆ, ବ୍ରିଟେନ, ଫ୍ରାନ୍ସ, ଚୀନ୍, ଭାରତ, ପାକିସ୍ଥାନ, ଇସ୍ରାଏଲ୍ ଏବଂ ଉତ୍ତର କୋରିଆରେ ପରମାଣୁ ଅସ୍ତ୍ର ରହିଛି। ଚୀନ୍ ଏହାର ପରମାଣୁ ଅସ୍ତ୍ର ତାଲିକା ବିସ୍ତାର କରିବାରେ ଲାଗିଥିବାବେଳେ ଭାରତ ଏବଂ ପାକିସ୍ତାନ ମଧ୍ୟ ପରମାଣୁ ଅସ୍ତ୍ରଶସ୍ତ୍ର ବୃଦ୍ଧି କରୁଛନ୍ତି ବୋଲି ଅଧ୍ୟୟନରେ କୁହାଯାଇଛି।

ସମ୍ବନ୍ଧିତ ଖବର