କୋଭିଡ୍ ଭୁତାଣୁଠାରୁ ବି ମାରାତ୍ମକ ଭୁତାଣୁ ପ୍ରସ୍ତୁତି ପାଇଁ ଗୋପନରେ ଉଦ୍ୟମ ଚଳାଇଛନ୍ତି ଚୀନ-ପାକ୍  

ନୂଆଦିଲ୍ଲୀ  : କୋଭିଡ୍ ଭୁତାଣୁଠାରୁ ବି ମାରାତ୍ମକ ଭୁତାଣୁ ପ୍ରସ୍ତୁତି ପାଇଁ ଗୋପନରେ ମିଳିତ ଉଦ୍ୟମ ଚଳାଇଛନ୍ତି ଚୀନ ଓ ପାକିସ୍ତାନ । ଏଥର ଚୀନରେ ଗବେଷଣା ନ ହୋଇ ପାକିସ୍ତାନର ରାଓ୍ବଲପିଣ୍ଡିଠାରେ ଥିବା ପାକିସ୍ତାନୀ ସେନାର ଏକ ଲାବରଟୋରୀରେ ଗବେଷଣା କରାଯାଉଛି ।

ଜିଓ-ପଲିଟିକ୍ ପତ୍ରିକାରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ କୋଭିଡ୍ ଭୁତାଣୁ ବିକଶିତ କରିବା ନେଇ ସଂଦେହରେ ଥିବା ଚୀନର ଉହାନ ଇନଷ୍ଟିଚ୍ୟୁଟ୍ ଓ ପାକିସ୍ତାନ ସେନା ନିୟନ୍ତ୍ରଣରେ ଥିବା ଡିଫେନ୍ସ ସାଇନ୍ସ ଏଣ୍ଡ ଟେକନଲୋଜୀ ଅର୍ଗାନାଇଜେସନ (ଡିଏଚଟିଓ) ପକ୍ଷରୁ ଏହି ଗବେଷଣା କରାଯାଉଛି ।

ରାଓ୍ବଲପିଣ୍ଡର ଚକଲାଲା କାଣ୍ଟନମେଣ୍ଟ ନିକଟରେ ଥିବା ଏକି ଲାବରୋଟୋରୀ କଡ଼ା ସୁରକ୍ଷା ବଳୟ ମଧ୍ୟରେ ରହିଛି । ପାକିସ୍ତାନୀ ସେନାର ଜଣେ ଟୁ-ଷ୍ଟାର୍ ଜେନେରାଲ  ଏହାର ମୁଖ୍ୟ ଅଛନ୍ତି ।

ଚୀନ ଓ ପାକିସ୍ତାନର ଏହି ଜୈବ-ପ୍ରକଳ୍ପ ଭାରତ ସମେତ ସମଗ୍ର ବିଶ୍ବ ପାଇଁ ଏକ ସତର୍କ ଘଣ୍ଟି ସଦୃଶ ହୋଇଛି । ଚୀନ୍‌ ଏହି ପ୍ରକଳ୍ପ ମାଧ୍ୟମରେ ପାକିସ୍ତାନକୁ ଭାରତ ବିରୋଧରେ ମତାଇବାପାଇଁ ପ୍ରୟାସ ଆରମ୍ଭ କରିଛି ବୋଲି କେତେକ ପାଶ୍ଚାତ୍ୟ ଗୁଇନ୍ଦା ସଂସ୍ଥା ପ୍ରକାଶ କରିଛନ୍ତି । ଚୀନ୍‌ ନିଜ ଅଂଚଳ ଏବଂ ନିଜ ଲୋକଙ୍କୁ ବିପଦରେ ନ ପକାଇବାକୁ ବିଦେଶ ମାଟିରେ ଏଭଳି ମାରାତ୍ମକ ଗବେଷଣା କରୁଛି ଏବଂ ପାକିସ୍ତାନକୁ ଏଥିପାଇଁ ବ୍ୟବହାର କରୁଛି । ପୁଣି ଯଦି ଏପରି ଜୈବ ଅସ୍ତ୍ର ଆତଙ୍କବାଦୀଙ୍କ ହାତରେ ପଡ଼ିଲା ତେବେ ସମଗ୍ର ମାନବ ଜାତି ପାଇଁ ବିପଦ ଆସିଯିବାର ଆଶଙ୍କା ରହିଛି ।

 

ସମ୍ବନ୍ଧିତ ଖବର