ଚୀନ୍‌, ପାକ୍‌କୁ କଳାତାଲିକାଭୁକ୍ତ କଲା ଆମେରିକା

ୱାସିଂଟନ୍‌ : ଧାର୍ମିକ ସ୍ବାଧୀନତାକୁ ସମ୍ମାନ ନଦେବା ଏବଂ ଏହାର ଉଲ୍ଲଂଘନ କରି କାର୍ଯ୍ୟ କରୁଥିବା ଅଭିଯୋଗରେ ଆମେରିକା ଆଜି ଚୀନ୍‌ ଏବଂ ପାକିସ୍ତାନ ସମେତ ୭ଟି ରାଷ୍ଟ୍ରକୁ କଳାତାଲିକାଭୁକ୍ତ କରିଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ପ୍ରଶାସନ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ଧାର୍ମିକ ଉଲ୍ଲଂଘନ ମାମଲାରେ ୭ଟି ରାଷ୍ଟ୍ର ସମେତ ବିଭିନ୍ନ ଆତଙ୍କବାଦୀ ସଂଗଠନ ଗୁଡ଼ିକୁ ମଧ୍ୟ କଳାତାଲିକାଭୁକ୍ତ କରାଯାଇଛି। ସେଗୁଡ଼ିକ ମଧ୍ୟରେ ଅଲ୍‌ ନୁସ୍‌ରା ଫ୍ରଣ୍ଟ୍‌ , ଅଲ କାଏଦା, ଅଲ ସବାବ୍‌, ବୋକ ହରାମ୍‌, ଆଇଏସ୍‌ ଏବଂ ତାଲିବାନ ମଧ୍ୟ ରହିଛି। ବୈଦେଶିକ ସଚିବ ମାଇକ୍‌ ପମ୍ପିଓ କହିଛନ୍ତି, ଧାର୍ମିକ ସ୍ବାଧୀନତା ଉଲ୍ଲଂଘନ ମାମଲାରେ ଚୀନ୍‌, ଇରାନ୍‌, ଉତ୍ତର କୋରିଆ, ପାକିସ୍ତାନ, ସୁଦାନ ଅନ୍ତର୍ଜାତୀୟ ନୀତିନିୟମକୁ ପାଳନ କରୁନଥିଲେ।

ସମ୍ବନ୍ଧିତ ଖବର